ହ୍ୱାଇଟ୍‌ ହାଉସ୍‌ରେ ଟ୍ରମ୍ପଙ୍କ ଇଫତାର ପାର୍ଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ହ୍ୱାଇଟ୍‌ ହାଉସ୍‌ରେ ଟ୍ରମ୍ପଙ୍କ ଇଫତାର ପାର୍ଟି

ୱାଶିଂଟନ୍‌: ମୁସଲମାନଙ୍କ ପବିତ୍ର ରମଜାନ ମାସ ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରାତିରେ ହ୍ୱାଇଟ୍‌ ହାଉସ୍‌ରେ ଏକ ଇଫତାର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ଟ୍ରମ୍ପ ପ୍ରଶାସନରେ ଥିବା ମୁସଲିମ୍‌ ଅଧିକାରୀ ଏବଂ ବିଭିନ୍ନ ଦେଶର କୂଟନୀତିଜ୍ଞମାନେ ଯୋଗଦେଇଥିଲେ। ଏହି ରମଜାନ ମାସରେ ସୂର୍ଯ୍ୟ ଉଦୟ ଠାରୁ ଅସ୍ତ ପର୍ଯ୍ୟନ୍ତ ମୁସଲିମ୍‌ ସଂପ୍ରଦାୟର ଲୋକମାନେ ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ଉପବାସ ବ୍ରତ ପାଳନ କରନ୍ତି।

ଇଫତାର ପାର୍ଟି ଆୟୋଜନ ସମ୍ପର୍କରେ ଟ୍ରମ୍ପ କହିଛନ୍ତି, “ରମଜାନ ଏକ ସ୍ୱତନ୍ତ୍ର ସମୟ। ରମଜାନ ପରିବାର, ପଡ଼ୋଶୀ ଏବଂ ବିଭିନ୍ନ ସଂପ୍ରଦାୟର ଲୋକଙ୍କୁ ଏକାଠି କରିଥାଏ। ସମସ୍ତେ ଏକାଠି ହୋଇ ସହନଶୀଳତା ଏବଂ ଶାନ୍ତି ବାର୍ତ୍ତା ବାଣ୍ଟିଥାଆନ୍ତି। ଆଜି ଆମେ ରମଜାନ ପାଇଁ ଇଫତାର ପାର୍ଟି କରୁଛେ। ଫଳରେ ଆମେ ସମସ୍ତେ ଏକାଠି ହୋଇପାରିଛେ।”

ପ୍ରତିବର୍ଷ ହ୍ୱାଇଟ୍‌ ହାଉସ୍‌ରେ ରମଜାନ ଅବସରରେ ଇଫତାର ପାର୍ଟି ହୋଇଥାଏ।



from Odisha Reporter http://bit.ly/2JMqvaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages