
କଟକ (ଓଡ଼ିଶା ରିପୋର୍ଟର): ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ। ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ଆଜି ଏହି ସୂଚନା ଦେଇଛନ୍ତି। ତେବେ ନିର୍ଦ୍ଦିଷ୍ଟ କେତେ ତାରିଖରେ ପରୀକ୍ଷା ଫଳ ବାହାରିବ, ତାହା ସେ ସ୍ପଷ୍ଟ କରି ନାହାନ୍ତି।
ସେ କେବଳ କହିଛନ୍ତି,“ରେଜଲ୍ଟକୁ ନିର୍ଭୁଲ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି।”
ଏଥର ଫେବୃଆରୀ ୨୨ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ୨୯୫୩ଟି କେନ୍ଦ୍ରରେ ୫ ଲକ୍ଷ ୮୭ ହଜାର ୭୨୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୫ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା। ତେବେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ବେଳେ ବହୁ ବିଭ୍ରାଟ ଦେଖିବାକୁ ମିଳିଥିଲା। କିଛି ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ବେଳେ ଆଉ ଏକ ପରୀକ୍ଷା କେନ୍ଦ୍ରରେ ଓଏମ୍ଆର୍ ଶିଟ୍ ଗାଏବ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ମେ’୭ ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା।
from Odisha Reporter http://bit.ly/2W4H9sF
No comments:
Post a Comment