
ଆମେ ସମସ୍ତେ ଲାଇଫ୍ ଇନ୍ସ୍ୟୁରାନ୍ସ ହେଲ୍ଥ ଇନ୍ସ୍ୟୁରାନ୍ସ ଏବଂ କାର୍ ତଥା ବାଇକ୍ ଇନ୍ସ୍ୟୁରାନ୍ସ ବାବଦରେ ପ୍ରାୟତଃ ଜାଣିଛେ। ଆଜି କାଲି ଅଧିକାଂଶ ଲୋକେ ଏହି ସବୁ ଇନ୍ସ୍ୟୁରାନ୍ସ ବା ବୀମାଗୁଡ଼ିକ ଆପଣାଉଛନ୍ତି। ଆମ ଦେହ ଖରାପ ହେଲେ ଡାକ୍ତରଖାନାରେ ବୀମା ସୁବିଧା ପାଇଁ ଆଗ୍ରହ ପ୍ରକାଶ କରୁଛେ। ଦୁର୍ଘଟଣାରେ ଗାଡ଼ି ଭାଙ୍ଗିରୁଜି ଯିବାର ଆଶଙ୍କାରେ ତା’ ପାଇଁ ମଧ୍ୟ ବୀମା କରୁଛେ। ଯଦି ଅକାଳରେ ପ୍ରାଣ ଚାଲି ଯାଏ ସେଥିପାଇଁ ମଧ୍ୟ ଜୀବନ ବୀମା ପଲିସି କିଣୁଛେ।
ହେଲେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗଢ଼ିଥିବା ସୁନ୍ଦର ଘରଟି କଥା କେବେ ଚିନ୍ତା କରୁଛେ କି? ଜଣେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ମଣିଷ ଚାହିଁଲେ ତା’ ଜୀବନରେ ମାତ୍ର ଥରଟିଏ ବହୁ କଷ୍ଟରେ ଘରଟିଏ ତୋଳି ପାରିବ। ତାହା ପୁଣି ଧାର୍, ଉଦ୍ଧାର, କରଜବାରଜର ସାହାରାରେ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଏଇ ନିକଟରେ ଭୟଙ୍କର ପ୍ରଳୟ ରଚି ଯାଇଥିବା ବାତ୍ୟା ‘ଫୋନି’ ଅନେକ ଲୋକଙ୍କ ଘର, ଗାଡ଼ି, ଆସବାବପତ୍ର ସବୁକୁ ନଷ୍ଟ କରିଦେଇଛି। ଏକ ଭାଇରାଲ ଭିଡ଼ିଓ ଆପଣ ଦେଖିଥିବେ ଯେ, ଗୋଟେ ବିଶାଳ କ୍ରେନ୍ ଏକ ବିଲ୍ଡିଂ ଉପରେ ଟଳି ପଡ଼ିଲା ଏବଂ ଉକ୍ତ ବିଲ୍ଡିଂଟି ଅତି ଭୟଙ୍କର ରୂପରେ ଭାଙ୍ଗିଗଲା।
ଥରେ ଭାବନ୍ତୁ ଘରଟି ଯଦି ବୀମାଭୁକ୍ତ ହୋଇନଥିବ ତେବେ ଘର ମାଲିକଜଣକ କୌଣସି ଆକାରରେ ଟଙ୍କାଟିଏ ମଧ୍ୟ ପାଇବେ ନାହିଁ। କେବଳ କ୍ରେନ୍ର ମାଲିକ ବିରୋଧରେ ଅଭିଯୋଗ କରିବା ଦ୍ଵାରା ସେ ବାବଦ ଯଦି କିଛି ଟଙ୍କା ମିଳେ, ସେତିକିରେ ହିଁ ନିଜକୁ ସନ୍ତୁଷ୍ଟ କରିବାକୁ ପଡ଼ିବ।
ଯଦି ଆପଣ ଚାହୁଁଛନ୍ତି ନିଜ ଜୀବନ ବୀମା ପରି ନିଜ ଘରଟିକୁ ବି ବୀମାଭୁକ୍ତ କରିବେ ତାହାଲେ କେମିତି କରିବେ, କାହାପାଖକୁ ଯିବେ, ପଢ଼ନ୍ତୁ…

୧-ବୀମା କେତେ ପ୍ରକାରର?
ବୀମାକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଉଛି ଲାଇଫ୍ ଇନସ୍ୟୁରାନ୍ସ (ଜୀବନ ବୀମା) ଏବଂ ଅନ୍ୟଟି ହେଉଛି ଜେନେରାଲ ଇନସ୍ୟୁରାନ୍ସ (ସାଧାରଣ ବୀମା)। ପ୍ରାକୃତିକ ବିପର୍ଯ୍ୟୟରେ ଯଦି ଘର ଭାଙ୍ଗିଯାଏ ତାହାଲେ ଆପଣଙ୍କୁ ଏହି ଜେନେରାଲ ଇନସ୍ୟୁରାନ୍ସ ମଧ୍ୟମରେ ହିଁ କ୍ଷତିପୂରଣ ମିଳିବ।
ଯଦି ଜଣେ ବ୍ୟକ୍ତି ହାଉସ୍ହୋଲ୍ଡ ପଲିସି କ୍ରୟକରେ ତେବେ କେବଳ ବିଲ୍ଡିଂ ଉପରେ କ୍ଷତିପୂରଣ ମିଳିବ। ଯଦି ଜଣେ ଚାହେଁ ନିଜ ଘରେ ଥିବା ସମସ୍ତ ଆସବାବପତ୍ର ମଧ୍ୟ ବୀମାଭୁକ୍ତହେଉ ତେବେ ସେଥିପାଇଁ ପ୍ରପର୍ଟି ଇନ୍ସ୍ୟୁରାନ୍ସ କରିବାକୁ ପଡ଼ିବ।
ସାର୍ଟିଫାଏଡ଼ ଫାଇନାନ୍ସିଆଲ୍ ପ୍ଲାନର(ସିଏଫ୍ପି) ତଥା ଚାରାର୍ଡାଡ ୱେଲ୍ଥ ମ୍ୟାନେଜର ରୂପ କୁମାର ପ୍ରଧାନଙ୍କ କହିବା ଅନୁସାରେ ବର୍ତ୍ତମାନ ଭାରତରେ ପ୍ରାୟ ୨୮ଟି କମ୍ପାନୀ ଅଛନ୍ତି, ଯେଉଁମାନେ କି ଏହି ସୁବିଧା ପ୍ରଦାନ କରୁଛନ୍ତି।

୨-ଆସବାବପତ୍ର ବୀମା
ଯଦି ଜଣେ ଘର ଭିତରେ ଥିବା ଆସବାବପତ୍ରକୁ ବୀମାଭୁକ୍ତ କରିବାକୁ ଚାହୁଁଛି ତେବେ ସେଥିରେ ମଧ୍ୟ ଦୁଇଟି ଉପାୟ ରହିଛି। ଗୋଟିଏ ହେଲା ଷ୍ଟାଣ୍ଡାର୍ଡ ପ୍ଲାନ୍ ଏବଂ ଦ୍ୱିତୀୟଟି ହେଲା ଡିଲେଲ୍ଡ ପ୍ଲାନ୍। Policybazaar ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀର ଚିଫ୍ ବିଜ୍ନେସ୍ ଅଫିସର ତରୁଣ ମାଥୁରଙ୍କ କହିବା ଅନୁସାରେ ଜଣେ ସାଧାରଣ ଲୋକ ଡିଟେଲ୍ଡ ପ୍ଲାନଟିକୁ ଆପଣାଇବା ଭଲ। ଏଥିରେ ନିଜ ଘରର ସମସ୍ତ ଆସବାବପତ୍ରର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରାଯିବ। ଏବଂ ଏହା ପଲିସି ଅନ୍ତର୍ଭୁକ୍ତ ହେବ, ଫଳରେ କ୍ଲେମ୍ ସେଟେଲ୍ମେଣ୍ଟ୍ ବେଳେ ବିଶେଷ କିଛି ସମସ୍ୟା ହେବ ନାହିଁ।

୩- ବୀମା ପରେ ସତର୍କ
ଇନ୍ସ୍ୟୁରାନ୍ସ ଲ’(ବୀମା ଆଇନ୍) ଅନୁସାରେ କମ୍ପାନୀଗୁଡ଼ିକ ସବୁ ବେଳେ ଚାହାନ୍ତି କିଭଳି ନିଜ କ୍ଲାଏଣ୍ଟ୍ର ସମ୍ପତ୍ତି ସୁରକ୍ଷିତ ରହୁ। ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନୀର ବରିଷ୍ଠ ଅଧିକାରୀ ସଞ୍ଜୟ ଦତ୍ତଙ୍କ କହିବା ଅନୁସାରେ, ବାତ୍ୟା ଫୋନି ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେବା ମାତ୍ରେ କମ୍ପାନୀ ଏହାର କ୍ଲାଏଣ୍ଟମାନଙ୍କୁ ନିଜ ଆସେଟ୍ ସବୁକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିବେଦନ କରିଛି।

୪- କେମିତି କରିବେ କ୍ଲେମ୍ ସେଟେଲ୍ମେଣ୍ଟ
ସମସ୍ତେ କ୍ଲେମ୍ ସେଟେଲମେଣ୍ଟ ସମ୍ପର୍କରେ ଜାଣିବା ପାଇଁ ପ୍ରବଳ ଉତ୍ସାହ ଦେଖାନ୍ତି। ଯଦି ନିଆଁ ଲାଗି ନଷ୍ଟ ହୋଇଛି, ବା ବିଦ୍ୟୁତ ଆଘାତରେ ନଷ୍ଟ ହୋଇଛି ବା ବାତ୍ୟାରେ ନଷ୍ଟ ହୋଇଛି, ତେବେ ଏ ସମ୍ପର୍କରେ ନିଜ ବୀମା କମ୍ପାନୀକୁ ପ୍ରାଥମିକ ସୂଚନା ଦିଅନ୍ତୁ। ପରବର୍ତ୍ତୀ ସମୟରେ କମ୍ପାନୀର ଧାରା ଓ ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରନ୍ତୁ।
from Odisha Reporter http://bit.ly/2LE9T7C
No comments:
Post a Comment