
ଲଣ୍ଡନ୍ : ଶୁକ୍ରବାର ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଟେରୀସା ମେ’ ଏକ ଭାବବିହ୍ୱଳ ଅଭିଭାଷଣ ସହ କଞ୍ଜରଭେଟିଭ୍ ଦଳ ନେତା ପଦରୁ ତାଙ୍କର ଇସ୍ତଫା ଘୋଷଣା କରିଛନ୍ତି। ସେ ବ୍ରେକ୍ସିଟ୍ ଡିଲ୍ନେଇ ସାଂସଦଙ୍କ ସମର୍ଥନ ପାଇବାରେ ବିଫଳ ହେବାରୁ ଏହି ନିଷ୍ପତ୍ତି ନେଇଛନ୍ତି।
ଟେନ୍ ଡାଉନିଂ ଷ୍ଟ୍ରୀଟ୍ସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଏକ ସଭାରେ ସେ ବାଷ୍ପରୁଦ୍ଧ କଣ୍ଠରେ କହିଥିଲେ, “ମୋ ମନରେ ସବୁ ସମୟରେ ଏକ ଅନୁଶୋଚନା ସବୁଦିନ ପାଇଁ ରହିଗଲା ଯେ ମୁଁ ବ୍ରେକ୍ସିଟ୍ ଚୁକ୍ତିକୁ କାର୍ଯ୍ୟକାରୀ କରାଇପାରିଲିନି। ବର୍ତ୍ତମାନ ମେ’ଙ୍କ ଇସ୍ତଫା ଦଳର ନୂଆ ନେତା ନିର୍ବାଚନ ଆଡ଼କୁ ବାଟ କଢ଼ାଇଛି। ତେବେ ସେତେପର୍ଯ୍ୟନ୍ତ ସେ କେୟାରଟେକର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ତୁଲାଇବେ।
ସେ କହିଛନ୍ତି, ମୁଁ ଆସନ୍ତା ଜୁନ୍ ୭ ତାରିଖରେ କଞ୍ଜରଭେଟିଭ୍ ଏବଂ ୟୁନିଅନିଷ୍ଟ ପାର୍ଟି ନେତା ଭାବରେ ଇସ୍ତଫା ଦେବି। ନୂଆ ନେତା ନିର୍ବାଚନ ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହୋଇପାରିବ।
from Odisha Reporter http://bit.ly/2wgsfB5
No comments:
Post a Comment