
ବେଙ୍ଗାଲୁରୁ: ନିର୍ବାଚନରେ ଜିତିବା ପାଇଁ ପରିବାର ଭାଗ ଭାଗ ହେଉଛି। ହେଲେ କର୍ଣ୍ଣାଟକାରେ ନିର୍ବାଚନ ଜିତିଥିଲେ ମଧ୍ୟ ନିଜ ଜେଜେବାପା ପାଇଁ ନିର୍ବାଚିତ ଆସନରୁ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକ ହସନ ଲୋକସଭା ଆସନର ଜେଡିଏସ ପ୍ରାର୍ଥୀ ପ୍ରଜ୍ଜ୍ୱଲ ରେଭନ୍ନା। ଜେଜେବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡ଼ାଙ୍କ ପାଇଁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ୨୯ ବର୍ଷୀୟ ପ୍ରଜ୍ଜ୍ୱଲ ଚଳିତଥର ନିର୍ବାଚନରେ ଡେବ୍ୟୁ କରିଥିଲେ। ଜେଡିଏସର ଗଡ଼ ଭାବେ ପରିଚିତ ଥିବା ହସନ ଲୋକସଭା ଆସନ ନାତି ପ୍ରଜ୍ଜ୍ୱଲଙ୍କୁ ଦେଇ ଟୁମକୁର ଆସନରୁ ପ୍ରାର୍ଥୀ ହୋଇଥିଲେ ୮୭ ବର୍ଷୀୟ ଦେବେଗୌଡ଼ା।
ହସନ ଲୋକସଭା ଆସନରୁ ପ୍ରଜ୍ଜ୍ୱଲ ରେଭନ୍ନା ବିଜେପି ପ୍ରାର୍ଥୀ ଏ. ମଞ୍ଜୁଙ୍କୁ ୧ ଲକ୍ଷ ୪୧ ହଜାର ୩୨୪ ଭୋଟରେ ହରାଇଛନ୍ତି। ଅପରପକ୍ଷେ ଟୁମକୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜି.ଏସ ବାସଭରାଜୁଙ୍କ ପାଖରୁ ୧୩ ହଜାର ୩୩୯ ଭୋଟରେ ହାରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା।
ତେବେ ଜେଡିଏସ ମୁଖପାତ୍ର ରମେଶ ବାବୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ରେଭନ୍ନାଙ୍କ ନିଷ୍ପତ୍ତି ବାବଦରେ ଦଳ ଚିନ୍ତା କରିବା ପରେ ନିଷ୍ପତ୍ତି ନିଆଯିବ। କର୍ଣ୍ଣାଟକାରେ ୨୮ ଲୋକସଭା ଆସନରୁ ବିଜେପି ୨୫ଟି ଜିତିଥିବା ବେଳେ ଜେଡିଏସ, କଂଗ୍ରେସ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି।
from Odisha Reporter http://bit.ly/2QkTdR9
No comments:
Post a Comment