ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ତଟରକ୍ଷୀ ବାହିନୀର ୫ଟି ଜାହାଜ ମୁତୟନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ତଟରକ୍ଷୀ ବାହିନୀର ୫ଟି ଜାହାଜ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ୫ଟି ଜାହାଜ ମୁତୟନ କରାଯାଇଛି। ରାଜ୍ୟ ପ୍ରଶାସନ ସହିତ ଯୋଗସୂତ୍ର ରକ୍ଷା କରି ଉଦ୍ଧାର ଏବଂ ପ୍ରଶମନ କାର୍ଯ୍ୟରେ ସହାୟତା କରିବା ପାଇଁ ଓଡିଶା ଓ ପଶ୍ଚିମବଙ୍ଗ ତଟରେ ୫ଟି ଜାହାଜ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ତଟରେ ୯ଟି ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ପ୍ରସ୍ତୁତ ହୋଇ ରହିଛନ୍ତି। ସମୁଦ୍ର ମଧ୍ୟକୁ କୌଣସି ମତ୍ସ୍ୟଜୀବୀଙ୍କ ଡଙ୍ଗା ଯେପରି ନଯାଏ ସେଥିପାଇଁ ମତ୍ସ୍ୟ ଅଧିକାରୀମାନଙ୍କ ସହ ଯୋଗାଯୋଗ କରି ତଟରକ୍ଷୀ ବାହିନୀ କାର୍ଯ୍ୟ କରୁଛି। ଏହାଛଡ଼ା ସମୁଦ୍ର ଭିତରେ ମତ୍ସ୍ୟଜୀବୀଙ୍କ ଡଙ୍ଗାଗୁଡ଼ିକୁ ଯେପରି କୂଳକୁ ଫେରିବ ତାହା ଉପରେ ତଟରକ୍ଷୀ ବାହିନୀ ସତର୍କ ଦୃଷ୍ଟି ରଖିଛି।

ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ୨୦୧୯ ଏପ୍ରିଲ ୨୩ରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ପ୍ରାଥମିକ ଆଭାସ ପାଇବା ପରଠୁ ଭାରତୀୟ ତଟରକ୍ଷୀ ବାହିନୀ ଏନେଇ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଥିଲା ଏବଂ ସମୁଦ୍ରରେ ଜୀବନ ରକ୍ଷା ନିଶ୍ଚିତ କରିବା ପାଇଁ ଓଖି ଝଡ଼ରୁ ଲାଭ କରିଥିବା ଶିକ୍ଷାର ପ୍ରୟୋଗ କରିଥିଲା। ଅତି ଭୟଙ୍କର ସାମୁଦ୍ରିକ ଝଡ଼ ଫୋନି ଏବେ ବିଶାଖାପାଟଣାରୁ ୨୬୦ ମାଇଲ ଦୂର ଦକ୍ଷିଣ ପୂର୍ବରେ ରହିଛି ଏବଂ ୨୦୧୯ ମେ ୩ରେ ଓଡ଼ିଶା ଉପକୂଳକୁ ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀର ଦକ୍ଷିଣ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି।

ବଙ୍ଗୋପସାଗରର ଦକ୍ଷିଣ ପୂର୍ବରେ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସୂଚନା ପାଇବାମାତ୍ରେ ମତ୍ସ୍ୟଜୀବୀମାନଙ୍କର ଜୀବନ ବଞ୍ଚାଇବା ଲାଗି ଭାରତୀୟ ତଟରକ୍ଷୀ ବାହିନୀ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି। ତଟରକ୍ଷୀବାହିନୀକୁ ହାଇ ଆଲର୍ଟ ଓ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିଲା। ସାବଧାନତାମୂଳକ ପଦକ୍ଷେପ ଗ୍ରହଣ କରିବା ନେଇ ଅଧିକାରୀ ଓ ଆଞ୍ଚଳିକ ପ୍ରଶାସନକୁ ୨୩ ତାରିଖରୁ ସତର୍କ କରାଯାଇଥିଲା। ପ୍ରଭାବିତ ଅଞ୍ଚଳରେ ବ୍ୟାପକ ଭାବେ ସାବଧାନତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଶାସନ, ବିଭିନ୍ନ ବିଭାଗ ଓ ଭାରତୀୟ ପାଣିପାଗ ବିଭାଗ ସହ ନିୟମିତ ଭାବେ ଯୋଗାଯୋଗ ରକ୍ଷା କରାଯାଇଛି।

ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସ୍ଥିତ ଭାରତୀୟ ତଟରକ୍ଷୀ ବାହିନୀର କାର୍ଯ୍ୟକାରୀ ଷ୍ଟେସନଗୁଡ଼ିକ ରେଡିଓରେ ବିଭିନ୍ନ ଆଞ୍ଚଳିକ ଭାଷା ମାଧ୍ୟମରେ ସୁରକ୍ଷା ବାର୍ତ୍ତା ପ୍ରସାରଣ କରୁଛନ୍ତି। ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଫେରିଆସିବା ନେଇ ଆଞ୍ଚଳିକ ଭାଷାରେ ସତର୍କ କରିବା ପାଇଁ ପୂର୍ବ ଉପକୂଳରେ ୨୪ ତାରିଖଠାରୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ଏବଂ ହେଲିକପ୍ଟରଗୁଡ଼ିକୁ ମୁତୟନ କରାଯାଇଥିଲା।



from Odisha Reporter http://bit.ly/2WbZPnb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages