ଭଦ୍ରକ ମଦମୃତ୍ୟୁ ପାଇଁ ବିଜେଡି ଓ ସ୍ଥାନୀୟ ପ୍ରଶାସନ ଦାୟୀ: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଭଦ୍ରକ ମଦମୃତ୍ୟୁ ପାଇଁ ବିଜେଡି ଓ ସ୍ଥାନୀୟ ପ୍ରଶାସନ ଦାୟୀ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଷାକ୍ତ ମଦମୃତ୍ୟୁ ଘଟଣା ପାଇଁ କଂଗ୍ରେସ ଆଜି ସିଧାସଳଖ ବିଜେଡି ଓ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ, ଭଦ୍ରକ ତିହିଡ଼ି ଅଞ୍ଚଳର ଦୌଲତପୁର ପଞ୍ଚାୟତରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ ହରାଇଥିବା ସ୍ଥଳେ ୧୦୦ ରୁ ଅଧିକ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ବିଷାକ୍ତ ମଦ ବାଣ୍ଟିଛନ୍ତି ବୋଲି ଚିକିତ୍ସିତ ହେଉଥିବା ପୀଡ଼ିତମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଖାଲି ସେତିକି ନୁହେଁ ବିଜେଡି ସରକାର ତା’ର ୧୯ ବର୍ଷ ମଧ୍ୟରେ ମଦମୃତ୍ୟୁକୁ ନେଇ ପ୍ରାୟ ୧୦ ରୁ ଉଦ୍ଧ୍ୱର୍ ତଦନ୍ତ କମିଶନ ବସାଇଛନ୍ତି ଏବଂ କୌଣସି କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିନାହାନ୍ତି। ଯେଉଁଥିପାଇଁ ବାରମ୍ବାର ବିଷାକ୍ତ ମଦମୃତ୍ୟୁ ଘଟଣା ସାମନାକୁ ଆସୁଛି। ଏଥିରୁ ସିଧାସଳଖ ପ୍ରମାଣିତ ହେଉଛି ରାଜସ୍ୱ ନାଁରେ ମଦମୃତ୍ୟୁକୁ ପ୍ରଶୟ ଦେଉଛନ୍ତି।

ଚଳିତ ବର୍ଷ ଫେବୃଆରୀ ମାସରେ ଉତ୍ତରପ୍ରଦେଶର ସାହାରନପୁରରେ ମଦମୃତ୍ୟୁ ପରେ ଉତ୍ତରପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ସଂସ୍ଥା ଓଡ଼ିଶା ସରକାରଙ୍କୁ ସତର୍କ କରାଇ ଦେଇଥିଲେ। ଓଡ଼ିଶାରେ ନିର୍ବାଚନ ସମୟରେ ବିଷାକ୍ତ ମଦମୃତ୍ୟୁ ହେବାର ଯଥେଷ୍ଟ ସମ୍ଭାବନା ଅଛି। ଏଣୁ ସେହି ତଥ୍ୟକୁ ଆଧାର କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କୁ ଚୋରାମଦ କାରବାର ଏବଂ ମଦମୃତ୍ୟୁକୁ ରୋକିବା ପାଇଁ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ପ୍ରଦେଶ କଂଗ୍ରେସ କହିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥି, ମିଡିଆ ସଂଯୋଜକ ନରେଶ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।



from Odisha Reporter http://bit.ly/2DHfAv8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages