
ନୂଆଦିଲ୍ଲୀ: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ରହସ୍ୟମୟ ସ୍ପିନର ବରୁନ୍ ଚକ୍ରବର୍ତ୍ତୀ ଆହତ କାରଣରୁ ଚଳିତ ଆଇପିଏଲରୁ ବାଦ୍ ପଡ଼ିଛନ୍ତ। ତାମିଲନାଡୁର ଏହି ଖେଳାଳି ଚଳିତ ଆଇପିଏଲରେ ଅଧିକାଂଶ ସମୟ ଅଙ୍ଗୁଳିଜନିତ ଆଘାତ ସମସ୍ୟାରେ ରହିଥିବା ବେଳେ ଏପର୍ଯ୍ୟନ୍ତ ଏଥିରୁ ମୁକୁଳିପାରି ନାହାନ୍ତି।
ବରୁନ୍ ଚଳିତ ସିଜନରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଏକମାତ୍ର ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୩୫ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ବରୁନଙ୍କୁ ଗତବର୍ଷ ଡିସେମ୍ବରରେ ପଞ୍ଜାବ ୮.୪ କୋଟି ଟଙ୍କାରେ କିଣିଥିଲା। ଗତମାସରେ ଚେନ୍ନାଇ ଗସ୍ତ ବେଳେ ତାଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ କିଛି ସପ୍ତାହ କ୍ରିକେଟ୍ ମଇଦାନରୁ ଦୂରେଇ ରହିଥିଲେ।
ବରୁନଙ୍କ ଆହତ ନେଇ ପଞ୍ଜାବ ପକ୍ଷରୁ କୁହାଯାଇଛି ଯେ, ‘ପରବର୍ତ୍ତୀ କିଛି ମ୍ୟାଚ୍ ବେଳକୁ ବରୁନ୍ ଫିଟ୍ ହୋଇଯିବେ ବୋଲି ଲାଗୁଥିଲା, କିନ୍ତୁ ତାଙ୍କ ରିକଭରି ନିର୍ଦ୍ଧାରିତ ସମୟରେ ହୋଇପାରିଲା ନାହଁ। ଏହି କାରଣରୁ ୨୭ ବର୍ଷୀୟ ଯୁବ ସ୍ପିନର ଏବେ ନିଜ ଘରକୁ ଫେରିଯାଇଛନ୍ତି।’
from Odisha Reporter http://bit.ly/2ITfncA
No comments:
Post a Comment