ନୂଆଦିଲ୍ଲୀ: ଏନ୍ଡିଏ ସରକାର ଦ୍ୱିତୀୟ ଥର ଶପଥ ନେବା ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବଦଳିବାର ସମ୍ଭାବନା ଦୃଢ଼ ହେବାରେ ଲାଗିଛି। ପୂର୍ବ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଅରୁଣ ଜେଟଲୀ ସ୍ୱାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ମନା କରିବା ପରେ ଏହି ଗୁରୁଦାୟିତ୍ୱ ସମ୍ଭାଳିବା ପାଇଁ ଦଳ ଅମିତ ଶାହଙ୍କୁ ବାଛିଥିବା ଚର୍ଚ୍ଚା ହେଉଛି। ଫଳରେ ପୂର୍ବରୁ ଏହି ପଦ ପାଇଁ ଚର୍ଚ୍ଚା ହେଉଥିବା ଦଳର ବରିଷ୍ଠ ନେତା ଜେପି ନଡ୍ଡା ହିଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେବାର ସମ୍ଭାବନା ସ୍ପଷ୍ଟ ହେବାରେ ଲାଗିଛି।
ଏହି ଚର୍ଚ୍ଚା ପୂର୍ବରୁ ମଧ୍ୟ ଜୋର ଧରିଥିଲା। ଏପରିକି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦାୟିତ୍ୱ ନେଇପାରନ୍ତି ବୋଲି ମଧ୍ୟ ଖବର ମିଳିଥିଲା। କିନ୍ତୁ ଧର୍ମେନ୍ଦ୍ର ପୁଣିଥରେ ମନ୍ତ୍ରୀ ହେବେ ବୋଲି ଫୋନ୍ କଲ୍ ପାଇସାରିଥିବାରୁ ସେ ଏହି ଦୌଡ଼ରେ ନଥିବା ସ୍ପଷ୍ଟ ହୋଇସାରିଛି।
ଜେଟଲୀ କେବଳ ମନ୍ତ୍ରିମଣ୍ଡଳ ପାଇଁ ନୁହେଁ, ଦଳ ପାଇଁ ମଧ୍ୟ ବଡ଼ ଢାଲ ବୋଲି ନିଜକୁ ପ୍ରତିପାଦନ କରିଆସିଛନ୍ତି। ବିରୋଧୀ ଯେତେ ଆକ୍ରମଣ କଲେ ମଧ୍ୟ ଜେଟଲୀ ହିଁ ସାମ୍ନାକୁ ଆସି ତା’କୁ ପ୍ରତିହତ କରିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ନମ୍ବର ୧ ମନ୍ତ୍ରୀ କୁହାଯାଉଥିବା ଜେଟ୍ଲୀ ମନ୍ତ୍ରିମଣ୍ଡଳରେ ରହିବା ପାଇଁ ମନା କରିବା ପରେ ମଧ୍ୟ କ୍ୟାବିନେଟ୍ରେ ତାଙ୍କର ଉପସ୍ଥିତି ଜରୁରୀ ମନେ କରିଥିଲା ଦଳ। ତେଣୁ ମୋଦି ଗତକାଲି ତାଙ୍କୁ ଭେଟିବା ସହ ତାଙ୍କୁ ମନାଇବାର ପ୍ରୟାସ କରିଥିଲେ। ଯାହା ସମ୍ଭବତଃ ବିଫଳ ହୋଇଥିବାରୁ ଶାହଙ୍କୁ ମନ୍ତ୍ରଣାଳୟରେ ସାମିଲ ହେବାକୁ ପଡ଼ୁଥିବା ଚର୍ଚ୍ଚା ହେଉଛି।
from Odisha Reporter http://bit.ly/2wrcnvE
No comments:
Post a Comment