ପାଦରେ ୧୪ କିମି ଚାଲି ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ପାଦରେ ୧୪ କିମି ଚାଲି ସିଦ୍ଧି ବିନାୟକ ମନ୍ଦିରରେ ପହଞ୍ଚିଲେ ସ୍ମୃତି

ମୁମ୍ବାଇ: ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ହରାଇ ଦେଇଥିବା ସ୍ମୃତି ଇରାନୀ ଏବେ ପୁଣି ଚର୍ଚ୍ଚାରେ। ସ୍ମୃତି ଏବେ ପାଦରେ ୧୪ କିମି ବାଟ ଚାଲିଚାଲି ମୁମ୍ବାଇରେ ଥିବା ସିଦ୍ଧ ବିନାୟକଙ୍କ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଫିଲ୍ମ ନିର୍ମାତା ଏକତା କପୁର ମଧ୍ୟ ରହିଥିଲେ। ଏକତା କପୁର ହିଁ ଟ୍ୱିଟର୍‌ ଏବଂ ଇନଷ୍ଟାଗ୍ରାମରେ ଏହାର ଫଟୋ ଶେୟାର କରି ସମସ୍ତଙ୍କୁ ଜଣାଇଛନ୍ତି।

ମନ୍ଦିରରେ ଦର୍ଶନ କରିବା ପୂର୍ବରୁ ଏକତା କପୁର ସାଂସଦ ସ୍ମୃତି ଇରାନୀଙ୍କ ସହ ଏକ ସେଲଫି ନେଇଥିଲେ। ଏହି ଫଟୋକୁ ଶେୟାର କରି ଏକତା କହିଛନ୍ତି, “ଆମେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବା ପାଇଁ ୧୪ କିମି ରାସ୍ତା ଚାଲିଚାଲି ଅତିକ୍ରମ କରିଛୁ।”

ଏହି ଫଟୋରେ ସ୍ମୃତି କମେଣ୍ଟ ଦେଇ କହିଛନ୍ତି, “ଏହା ଭଗବାନଙ୍କ ଇଚ୍ଛା ଥିଲା। ଭଗବାନ ଅତ୍ୟନ୍ତ ଦୟାଳୁ।”



from Odisha Reporter http://bit.ly/2Wr5SHJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages