ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୌର ହେ’ କହି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ପ୍ରଧାନମନ୍ତ୍ରୀଙ୍କୁ ‘ଚୌକିଦାର ଚୌର ହେ’ କହି ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏଥିପାଇଁ ସର୍ବୋଚ୍ଚ କୋର୍ଟରେ ୩ଟି ପୃଷ୍ଠାର ଶପଥ ପତ୍ରରେ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। ଅଜାଣତରେ ସେ ଏବଂ ତାଙ୍କ ଦଳ ଏହି ନାରା ଦେଇଛି। ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧି ରାଫେଲ ଡିଲ୍ ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ କଦର୍ଥ କରି ନିଜର ମତ ରଖିଥିଲେ। ଯେଉଁଥିରେ ସେ ନିର୍ବାଚନ ବେଳେ କହିଥିଲେ ‘ସୁପ୍ରିମକୋର୍ଟଙ୍କ ଶୁଣାଣିରୁ ସ୍ପଷ୍ଟ ହୋଇଛି ଯେ ରାଫେଲ୍ ଡିଲ୍ ମାମଲାରେ ଦୁର୍ନୀତି ହୋଇଛି ଏବଂ ଚୌକିଦାର ଚୌର ହେ’ ବୋଲି ଜଣାପଡ଼ିଛି।

ପରେ ସୁପ୍ରିମକୋର୍ଟ ଏଭଳି କିଛି ଶୁଣାଣି କରି ନାହାନ୍ତି ବୋଲି ବିଜେପି କହିଥିଲା। ପରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ ସୁପ୍ରିମକୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ‘ଚୌକିଦାର ଚୌର ହେ’ ମନ୍ତବ୍ୟ ପାଇଁ ମାମଲା ଦାୟର କରିଥିଲେ। ଏହାପରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ନୋଟିସ ଜାରି କରିଥିଲା। ଏବଂ ସୁପ୍ରିମକୋର୍ଟ କେବେ ବି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଭଳି ଅପମାନ ଜନକ ଶଦ୍ଦ ପ୍ରୟୋଗ କରିନଥିବା ସ୍ପଷ୍ଟ କରିଥିଲେ। ଏହାପରେ ରାହୁଲ ଗାନ୍ଧି ସୁପ୍ରିମକୋର୍ଟରେ ଏଭଳି ମନ୍ତବ୍ୟ ପାଇଁ ‘ଅନୁତାପ’ କରିଥିଲେ ବୋଲି ଦାଖଲ କରିଥିବା ଶପଥ ପତ୍ରରେ ଦର୍ଶାଇଥିଲେ।

ଯାହାକୁ ନେଇ ବିଜେପି ପୁଣି ଅଭିଯୋଗ କରିଥିଲା। ବିଜେପି ପକ୍ଷରୁ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଶୁଣାଣି କରୁଥିବା ଖଣ୍ଡପୀଠ ଆଗରେ କହିଥିଲେ ଅନୁତାପ କଲେ ଚଳିବ ନାହିଁ, ନିଜ ଭୁଲ୍ ପାଇଁ ନିଜର ମତ ପରିଷ୍କାର ଭାବରେ କୋର୍ଟରେ ରଖିବା ଉଚିତ୍।

ଏହାପରେ ସୁପ୍ରିମକୋର୍ଟରେ ପୁଣି ଏକ ଶପଥ ପତ୍ର ରାହୁଲ ଗାନ୍ଧି ଆଜି ଦାଖଲ କରି ଅନୁତାପ ବଦଳରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ବିଜେପି ସାଂସଦଙ୍କ ଦ୍ୱାରା ଦାୟର ହୋଇଥିବା ଏହି ମାମଲାକୁ ଏଇଠି ଶେଷ କରିବା ପାଇଁ ନିବେଦନ କରିଛନ୍ତି ରାହୁଲ ଗାନ୍ଧି।



from Odisha Reporter http://bit.ly/2V7CtxF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages