
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ): ଆପଣ ଡେଟ୍ରେ ଯିବାକୁ ପ୍ରସ୍ତୁତ ହେଉଛନ୍ତି ଅଥବା କୌଣସି ଗୁରୁତ୍ୱପୂର୍ଣ୍ଣ ମିଟିଂ ଲାଗି ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ପୂର୍ବରୁ ସମସ୍ତେ ନିଜକୁ ଠିକ୍ ଭାବେ ପ୍ରସ୍ତୁତ କରି ନେଇଥାନ୍ତି। ଆଉ ଫାଇନାଲ ଟଚ୍ ଦେବା ଲାଗି ବ୍ୟବହାର କରିଥାନ୍ତି ପରଫ୍ୟୁମ୍। ଘରୁ ବାହାରକୁ ବାହାରିବା ବେଳେ ଡ୍ରେସ୍ ସେନ୍ସ, ହେୟାର ଷ୍ଟଇଲ୍ ଜୋତା, ଘଣ୍ଟା ପର୍ସନାଲିଟିକୁ ମ୍ୟାଚ କରିବା ପରି ବ୍ୟବହାର କରିଥାଉ। ଆଉ ଏହାକୁ ଖୁବ୍ ଶୀଘ୍ର ରିପିଟ୍ କରିବାକୁ ମଧ୍ୟ ପସନ୍ଦ କରି ନ ଥାଉ। କିନ୍ତୁ ପରଫ୍ୟୁମ୍ କଥା ଉଠିଲେ, ବର୍ଷ ବର୍ଷ ଧରି ଗୋଟିଏ ବାସ୍ନାର ପରଫ୍ୟୁମ୍ ଲଗାଇଥାଉ।
ଆପଣ ବ୍ୟବହାର କରୁଥିବା ପରଫ୍ୟୁମ୍ ଆପଣଙ୍କ ପର୍ସନାଲିଟିକୁ ଦର୍ଶାଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, କିଛି ବିଶେଷ ମୁହୂର୍ତ୍ତରେ ବିଶେଷ ପରଫ୍ୟୁମ୍ର ବ୍ୟବହାର ଆପଣଙ୍କ ପର୍ସନାଲିଟିକୁ ଅଧିକ ମ୍ୟାଚ କରିଥାଏ।
ଦୂର କରିଥାଏ ଅବସାଦ
ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ, ସାଙ୍ଗେ ସାଙ୍ଗେ କଟା ହୋଇଥିବା ଘାସ ଏପରି ୫ କେମିକାଲର ବାସ୍ନା ଛାଡିଥାଏ, ଯେଉଁଥିରେ ଅବସାଦ ରୋକିବା ପରି ଗୁଣ ଭରି ରହିଥାଏ। ଏହାକୁ ଆଧାର କରି ବୈଜ୍ଞାନିକମାନେ ଅବସାଦ ଓ ଚିନ୍ତା ଦୂର କରିବା ଲାଗି ଏକ ବିଶେଷ ସ୍ପ୍ରେର ଉଦ୍ଭାବନ କରିଛନ୍ତି।

ପରୀକ୍ଷା କିମ୍ୱା ମିଟିଙ୍ଗ ଲାଗି ଗୋଲାପ ବାସ୍ନାର ପରଫ୍ୟୁମ୍
କିଛି ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା କିମ୍ୱା ମିଟିଙ୍ଗ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି। ଯଦି ହଁ, ତା ହେଲେ ଗୋଲାପ ବାହ୍ନା ଥିବା ସ୍ପ୍ରେର ପ୍ରୟୋଗ କରନ୍ତୁ। ୨୦୦୭ ମସିହାରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ନିଜ ଆଖପାଖରେ ଗୋଲାପର ବାସ୍ନା ଅନୁଭବ କରନ୍ତି, ଅନ୍ୟମାନଙ୍କ ଅପେକ୍ଷା ସେମାନେ ୧୩ ପ୍ରତିଶତ ପରୀକ୍ଷାରେ ଅଧିକ ଭଲ କରିଥାନ୍ତି।
ଜିମ୍ ଯିବା ପୂର୍ବରୁ ପିପରମେଣ୍ଟ ସ୍ପ୍ରେ
ଯଦି ଆପଣ ସକାଳେ ୱର୍କ ଆଉଟ୍ କରିବାକୁ ବାହାରକୁ କିମ୍ୱା ଜିମ୍କୁ ଯାଉଛନ୍ତି, ତା ହେଲେ ପିପରମେଣ୍ଟ ସ୍ପ୍ରେ ପ୍ରୟୋଗ କରନ୍ତୁ। ଏହା ସତର୍କତା ବଢାଇବା ସହ ଥକ୍କାପଣ ଦୂର କରିଥାଏ ।

ଡେଟରେ ଯିବା ପୂର୍ବରୁ ଜସ୍ମିନ ସ୍ପ୍ରେ
ନିଜ ପ୍ରେମିକା ସହ ପ୍ରଥମ ଥର ଦେଖା କରିବାକୁ ଯାଉଛନ୍ତି, ତାହେଲେ ତାଙ୍କୁ ଇମ୍ପ୍ରେସ କରିବାକୁ ଆପଣଙ୍କ ଶରୀରରୁ ଭଲ ସୁଗନ୍ଧ ବାହାରିବା ଦରକାର। ତେଣୁ ପାର୍ଟନରଙ୍କୁ ଇମ୍ପ୍ରେସ କରିବାକୁ ଆପଣ ଜସ୍ମିନ ବାସ୍ନା ଥିବା ସ୍ପ୍ରେ ବ୍ୟବହାର କରି ପାରିବେ।
ବୈବାହିକ ଜୀବନରେ ମଧୁରତା ଆଣିଥାଏ ଲାଭେଣ୍ଡର
ଆପଣଙ୍କ ବୈବାହିକ ଜୀବନରେ ମଧୁରତା ଆଣୁଥିବା ସ୍ପ୍ରେ ସମ୍ପର୍କରେ ଜାଣିଛନ୍ତି କି? ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଲାଭେଣ୍ଡର ସ୍ପ୍ରେ ଆପଣଙ୍କ ସମ୍ପର୍କରେ ମଧୁରତା ଭରି ଦେଇଥାଏ। ତେଣୁ ଯଦି ଆପଣ ଦାମ୍ପତ୍ୟ ଜୀବନରେ ମଧୁରତା ଭରି ଦେବାକୁ ଚାହୁଁଛନ୍ତି ତାହେଲେ ଘରକୁ ଲାଭେଣ୍ଡର ବାସ୍ନାରେ ଭରି ଦିଅନ୍ତୁ।
from Odisha Reporter http://bit.ly/2HG1Ly9
No comments:
Post a Comment