
ୱାଶିଂଟନ: ସହର ଗଢି ଉଠିଥିବା ସ୍ଥାନରେ ଜୀବନଧାରଣର ସର୍ବନିମ୍ନ ଆବଶ୍ୟକତା ପୂରଣ ଲାଗି ହସ୍ପିଟାଲ, ସ୍କୁଲ, ପ୍ରାର୍ଥନା ସ୍ଥଳ, ପୁଲିସ ଷ୍ଟେଶନ ଆଦି ସୁବିଧା ଉବଲବ୍ଧ ଥାଏ। ଯାହାକି ସହରକୁ ଉନ୍ନତମାନର ବୋଲି ପରିଚୟ ଦେଇଥାଏ। କିନ୍ତୁ ଆପଣ ଏପରି ଏକ ସହର କଥା ଶୁଣିଛନ୍ତି କି ଯେଉଁଠାରେ ଏକ ଆପାର୍ଟମେଣ୍ଟରେ ଗଢି ଉଠିଛି ଏକ ସହର। ଖାସ୍ କଥା ହେଉଛି ଏଠାରେ କୌଣସି ସୁବିଧାର ଅଭାବ ଆପଣ ପରିଲକ୍ଷିତ କରି ପାରିବେ ନାହିଁ।

ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର ପାର୍ଶ୍ୱରେ ଥିବା ରାଜ୍ୟ ଅଲାସ୍କାର ଏହା ଏକ ଛୋଟ ସହର ଅଟେ। କିନ୍ତୁ ସୁବ୍ୟବସ୍ଥା ହୋଇଥିବାରୁ ଏହି ସହର ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ। ଏହି ପୂରା ସହର ଏକ ୧୪ ତାଲା ବିଲଡିଂରେ ସୀମିତ। ଯାହାର ନାମ ହେଉଛି ‘ବେଗିଚ୍ ଟାୱାର’। ଏହାର ବିଶେଷତ୍ୱ ହେତୁ ଏହାକୁ ଭର୍ଟିକାଲ ଟାୱାର ମଧ୍ୟ କୁହାଯାଇଥାଏ।

ଏହି ବିଲଡିଂରେ ୨୦୦ ପରିବାର ରହୁଛନ୍ତି। ଏହାଛଡ଼ା ସେମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଏଠାରେ ସବୁ ପ୍ରକାର ସାମଗ୍ରୀ ଓ ବ୍ୟବସ୍ଥାର ପରିକଳ୍ପନାକୁ ବାସ୍ତବ ରୂପ ଦିଆଯାଇଛି। ଏହି ବିଲଡିଂରେ ପୁଲିସ ଷ୍ଟେଶନ, ସ୍ୱାସ୍ଥ୍ୟକେନ୍ଦ୍ର, ଷ୍ଟାଡିୟନମ , ଲଣ୍ଡ୍ରି, ଓ ଚର୍ଚ୍ଚ ବି ରହିଛି। ଏହି ବିଲଡିଂରେ କାମ କରୁଥିବା କର୍ମଚାରୀ ମଧ୍ୟ ଏଠାରେ ବାସ କରନ୍ତି। ସେଥିଲାଗି ସବୁ ଆବଶ୍ୟକତା ପୂରଣ ଲାଗି ଏଠାରେ ଧ୍ୟାନ ଦିଆଯାଇଛି।

ଏଠାରେ ରହୁଥିବା ଲୋକଙ୍କ ଜୀବନଶୈଳୀ ମଧ୍ୟ ଅନ୍ୟ ଜାଗାରେ ରହୁଥିବା ଲୋକଙ୍କଠାରୁ ଭିନ୍ନ। ଅଧିକାଂଶ ସମୟରେ ଏଠାରେ ତୁଷାରପାତ ହେଉଥିବାରୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସଡ଼କ ମାର୍ଗରେ ଏଠାରେ ପହଞ୍ଚିବା ସହଜ ନୁହେଁ। ପାହାଡରେ ସୁଡ଼ଙ୍ଗ ତିଆରି କରି ଓ ବିପଦଜନକ୍ ରାସ୍ତାରେ ଗଲେ ଆପଣ ଏଠାରେ ପହଞ୍ଚି ପାରିବେ। ଏହାବ୍ୟତୀତ ଏଠାରେ ପହଞ୍ଚିବାକରୁ ସମୁଦ୍ର ମାର୍ଗର ମଧ୍ୟ ସାହାଯ୍ୟ ନିଆଯାଏ।
from Odisha Reporter http://bit.ly/2QdB6g9
No comments:
Post a Comment