ବାତ୍ୟା ଫୋନି: ଆସିଲା କ୍ଷୟକ୍ଷତି ରିପୋର୍ଟ: ୧୪ ଜିଲ୍ଲା ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୩୭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ବାତ୍ୟା ଫୋନି: ଆସିଲା କ୍ଷୟକ୍ଷତି ରିପୋର୍ଟ: ୧୪ ଜିଲ୍ଲା ପ୍ରଭାବିତ, ମୃତ୍ୟୁ ସଂଖ୍ୟା ୩୭

ଭୁବନେଶ୍ୱର: (ଓଡ଼ିଶା ରିପୋର୍ଟ) ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି କରିଛି।  ଭୀଷଣ ପବନରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ। ଏଯାଏ ଗଛ ସଫା କରାଯାଇ ନଥିବାରୁ ରାସ୍ତା ଅବରୋଧ ହୋଇଛି । ସେହିପରି ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି ।

ଟେଲି ଯୋଗାଯୋଗ ମଧ୍ୟ ପ୍ରଭାବିତ ହୋଇଛି। ଆଉ ଏହାରି ଭିତରେ ଷ୍ଟେଟ୍‌ ଏମାରଜେନ୍ସି ଅପରେଶନ ସେଣ୍ଟର (ଏସ୍‌ଇଓସି) ପକ୍ଷରୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଆସିଛି। ରିପୋର୍ଟ ଅନୁଶାରେ ୧୪ ଜିଲ୍ଲାରେ ବ୍ୟାପକ କ୍ଷୟୟତି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ,ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ଼ ଏବଂ ପୁରୀ।

ସେହିପରି ବାତ୍ୟା ଫୋନି ଯୋଗୁ ମୃତ୍ୟୁ ସଂଖ୍ୟା ୩୭କୁ ଛୁଇଁଛି। ସେମାନଙ୍କ ମଧ୍ୟରୁ ପୁରୀରୁ ସର୍ବାଧିକ ୨୧ ଜଣ ଅଛନ୍ତି। ପୁରୀ ବ୍ୟତୀତ କେନ୍ଦ୍ରାପଡ଼ାରେ ୩ ଜଣ, ମୟୁରଭଞ୍ଜରେ ୪ ଜଣ, ଯାଜପୁରରେ ୪ ଜଣ ଓ  କଟକରେ ୫ ଜଣ ପ୍ରାଣ ହରାଇଛନ୍ତି। ସେହିପରି ବାତ୍ୟା ଯୋଗୁ ୧୫୫ଟି ବ୍ଲକ ଓ ୫୧ଟି ସହରାଞ୍ଚଳ ପ୍ରଭାବିତ ହୋଇଛି।

ବିଶେଷ କରି ୧୬,୬୪୭ଟି ଗାଁକୁ ‘ଫୋନି’ ଗ୍ରାସ କରିଥିବା ବେଳେ ୧,୪୮,୨୮,୦୮୪ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟାରେ ୫,୦୮,୪୬୭ଟି ଘର ଭାଙ୍ଗିଯାଇଛି। ସେହପରି ବିଜୁଳି କ୍ଷେତ୍ରରେ ପୁରୀ, ନିମାପଡ଼ା,ମଞ୍ଚେଶ୍ୱର ଏବଂ ରଣସିଂପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ୫ଟି ୪୦୦ କେଭି ଟାୱାର, ୨୭ଟି ୨୨୦ କେଭି ଟାଔବାର୍ସ,୨୧ଟି ୧୩୦ କେଭି ଟାୱାର, ୪ଟି ୨୨୦ କେଭି ଗ୍ରିଡ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି।



from Odisha Reporter http://bit.ly/2DSRb60

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages