
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ପରବର୍ତ୍ତୀ ସ୍ଥିତି ନେଇ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।
ଆଲୋଚନା ପରେ ଶ୍ରୀ ପାଢ଼ୀ କହିଛନ୍ତି, ମୁଖ୍ୟତଃ ମୋବାଇଲ ନେଟ୍ୱାର୍କ ଓ ବିଦ୍ୟୁତ ସଂଯୋଗ ଉପରେ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟୁତ୍ ଯୋଗାଣ କେବେ ସ୍ୱାଭାବିକ ହେବ, ସଠିକ୍ ତାରିଖ କହି ହେବନି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।
ସେ ଆହୁରି କହିଛନ୍ତି-“ଆନ୍ଧ୍ର, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରୁ ୫ ହଜାର କୁଶଳୀ ଶ୍ରମିକ ଆସିବେ। ଦୁର୍ଗାପୁର ସ୍ଥିତ SAILର ଇସ୍ପାତ କାରଖାନା ବିଦ୍ୟୁତ୍ ଖୁଣ୍ଟ ଯୋଗାଇବ। ଦୁର୍ଗାପୁରରୁ ଖୁଣ୍ଟ ଆସିଯିବା ପରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହେବ। ଭୁବନେଶ୍ୱର, କଟକ ଓ ପୁରୀରେ ପାନୀୟ ଜଳଯୋଗାଣ ସ୍ୱାଭାବିକ ହୋଇଛି। ୮୦ରୁ ୯୦ ପ୍ରତିଶତ ଅଞ୍ଚଳରେ ପାନୀୟ ଜଳଯୋଗାଣ ସମ୍ଭବ ହୋଇଛି।”
ସହଯୋଗର ହାତ ପଢ଼ାଇଲା ଆନ୍ଧ୍ର
ଓଡ଼ିଶାକୁ ସହଯୋଗର ହାତ ବଢ଼ାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ବିଦ୍ୟୁତ ସଂଯୋଗ ପୁନର୍ବାହଲ ପାଇଁ ବିଭିନ୍ନ ବର୍ଗର ୨୦୫୫ ଜଣ କୁଶଳୀ କର୍ମଚାରୀଙ୍କୁ ଓଡ଼ିଶା ପଠାଇଥିବା ଟ୍ୱିଟ୍ କରି ଚନ୍ଦ୍ରବାବୁ ନାଇଡୁ ଜଣାଇଛନ୍ତି। ଜଣେ ସହୃଦୟ ପଡ଼ୋଶୀ ଭାବେ ଆନ୍ଧ୍ର ତା’ ଦାୟିତ୍ୱ ନିର୍ବାହ କରିବ କହିଲେ ନାଇଡୁ ଲେଖିଛନ୍ତି।
from Odisha Reporter http://bit.ly/2H5rVLM
No comments:
Post a Comment