ଛୁଆ ଧରିବାକୁ ଆଣି ଦୁଇ ନାବାଳିକାଙ୍କୁ ନିର୍ଯାତନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଛୁଆ ଧରିବାକୁ ଆଣି ଦୁଇ ନାବାଳିକାଙ୍କୁ ନିର୍ଯାତନା!

କେନ୍ଦୁଝର (ପ୍ରଣୟ କୁମାର ପାଣି): ଛୁଆଙ୍କ ଯତ୍ନ ନେବା ପାଇଁ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଘରକୁ ଆଣି ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କେନ୍ଦୁଝର ଜିଲ୍ଲାରୁ ଆସିଛି। ଏସ୍‌ଏଚ୍‌ଜି ଗ୍ରୁପର ମହିଳାମାନେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରି ପୁଲିସ ଜିମା ଦେଇଛି।

ଦୁଇ ବର୍ଷ ତଳେ କେନ୍ଦୁଝର ଟାଉନଥାନା ଗୁମୁରା ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଘରେ ଛୋଟ ପିଲା ଧରିବା ପାଇଁ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଘରେ ରଖିଥିଲେ। ପରେ ବିଭିନ୍ନ ଘର କାମରେ ସେମାନଙ୍କୁ ନିୟୋଜିତ କରିଥିଲେ। ସାମାନ୍ୟ ଭୁଲ କଲେ ସେମାନଙ୍କୁ ମାଡ଼ ମରାଯାଉଥିବା ବେଳେ ଦିନଦିନ ଧରି ଖାଇବାକୁ ଦିଆଯାଉନଥିଲା। ପ୍ରତିବାଦ କଲେ ଛୁରି ଦେଖାଇ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହେଉଥିଲା। ଏପରିକି ନିଜ ଘରଲୋକଙ୍କ ସହ କଥାବାର୍ତ୍ତା ହେବାକୁ ମଧ୍ୟ ସେମାନଙ୍କୁ ସୁଯୋଗ ଦିଆଯାଉନଥିଲା।

ଆଜି ଘର ମାଲିକ ନଥିବାର ସୁଯୋଗ ନେଇ ଦୁଇ ନାବାଳିକା ଖସି ଆସି ପାଖ ଛକରେ ବସି କାନ୍ଦୁଥିଲେ। ଏସ୍‌ଏଚ୍‌ଜି ଗ୍ରୁପର କେତେକ ମହିଳା ସେମାନଙ୍କୁ ଉଦ୍ଧାର କରି ଥାନାର ଜିମା ଦେଇଥିଲେ। ଖବର ପାଇ ଚାଇଲଡ୍ ଲାଇନର ସଦସ୍ୟମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।



from Odisha Reporter http://bit.ly/2EiWFqG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages