ପାକ୍‌ ପ୍ରେମରେ ପଡ଼ି ଭାରତର ଚେତାବନୀକୁ ଅଣଦେଖା କରିଥିଲା ଶ୍ରୀଲଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ପାକ୍‌ ପ୍ରେମରେ ପଡ଼ି ଭାରତର ଚେତାବନୀକୁ ଅଣଦେଖା କରିଥିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ୨୫୩ ନିରୀହ ଲୋକଙ୍କ ଜୀବନ ନେଇଥିବା ଆଇଏସ୍‌ ହମ୍‌ଲା ବାବଦରେ ଗୋଟିଏ ପରେ ଗୋଟିଏ ପୃଷ୍ଠା ଓଲଟିବାରେ ଲାଗିଛି। ଏପ୍ରିଲ ୨୧ରେ ସଂଘଟିତ ଏହି ଆକମ୍ରଣ ବାବଦରେ ଭାରତ ଆଗୁଆ ସତର୍କ କରିଥିଲେ ମଧ୍ୟ ଶ୍ରୀଲଙ୍କା ସେଥିପ୍ରତି ଭୃକ୍ଷେପ କରିନଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଭାରତ କୁଆଡ଼େ ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ କରିବାକୁ ଚାହୁଁଛି ଏବଂ ଶ୍ରୀଲଙ୍କାର ମୁସଲିମ୍‌ ସମ୍ପ୍ରଦାୟଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ବୋଲି ଭାବି ସେମାନେ ଚୁପ୍‌ ବସିଯାଇଥିଲେ। ଆଉ ତା’ପରେ ଯାହା ଘଟିଲା ତାହା ସମସ୍ତେ ଜାଣନ୍ତି।

ଭାରତର ସତର୍କବାଣୀ ପରେ ମଧ୍ୟ ଶ୍ରୀଲଙ୍କା ଅଧିକାରୀ (ବର୍ତ୍ତମାନ ବିଦା ହୋଇଥିବା ପୁଲିସ୍ ମୁଖ୍ୟ ଏବଂ ସୁରକ୍ଷା ସଚିବ) କହିଥିଲେ, ଶ୍ରୀଲଙ୍କାର ସଂଖ୍ୟାଲଘୁ ଗୋଷ୍ଠୀଙ୍କ ମଧ୍ୟରେ ଆତଙ୍କୀ ନିରୋଧୀ ଅପରେସନ୍‌ ପାଇଁ ଭାରତ କୁଆଡ଼େ ଶ୍ରୀଲଙ୍କା ସରକାରଙ୍କୁ ଉସକାଉଛି।

ଆଉ ଶ୍ରୀଲଙ୍କାର ଏହି ଛୋଟ ଭୁଲ ପାଇଁ ଇଷ୍ଟର ରବିବାରରେ ଘଟିଲା ସିରିଜ୍‌ ବିସ୍ଫୋରଣ। ଟାର୍ଗେଟ୍‌ରେ ଥିଲା ଜନଗହଳିପୂର୍ଣ୍ଣ ଚର୍ଚ୍ଚ ଏବଂ ନାମୀଦାମୀ ହୋଟେଲ. ଏଥିରେ ୨୫୩ ଜଣ ପ୍ରାଣ ହରାଇଥିବାବେଳେ ୫୦୦ ଜଣ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ।

ବହୁ ଦଶନ୍ଧି ଧରି ଶ୍ରୀଲଙ୍କା ପାକିସ୍ତାନ ସହ ଭଲ ସମ୍ପର୍କ ରଖି ଆସିଛି। ଏପରିକି ତାମିଲ ବିଦ୍ରୋହୀ ଏଲ୍‌ଟିଟିଇଙ୍କ ମୁକାବିଲା କରିବାରେ ଆଇଏସ୍‌ଆଇ ଶ୍ରୀଲଙ୍କା ଆର୍ମିଙ୍କ ସହ ହାତ ମିଶାଇଥିଲା। ମହିନ୍ଦ୍ରା ରାଜ୍‌ପାକ୍ସେଙ୍କ ଅମଳରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଶ୍ରୀଲଙ୍କାରେ ଖୁବ୍‌ ସକ୍ରିୟ ଥିଲା। ଏପରିକି ପାକିସ୍ତାନକୁ ହାତ କରି ଚାଇନା ଶ୍ରୀଲଙ୍କା ସହ ସମ୍ପର୍କ ମଜଭୁତ୍‌ କରିବାର ପ୍ରୟାସ କରୁଥିବା ଚର୍ଚ୍ଚା ହେଉଥିଲା।

ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ଭାରତ ନେତୃତ୍ୱରେ ସଂଗଠିତ ମେଣ୍ଟରେ ଶ୍ରୀଲଙ୍କା ସାମିଲ ହେବାକୁ ଚାହୁଁନି। ଏହା ପାକିସ୍ତାନ ସହ ତା’ର ସମ୍ପର୍କ ଖରାପ କରିପାରେ ବୋଲି ଭାବି ଶ୍ରୀଲଙ୍କା ପଛଘୁଞ୍ଚା ଦେଇ ଆସୁଛି। ଏଲ୍‌ଟିଟିଇ ସଂଗଠନ ଧ୍ୱଂସ ହେବାପରେ ସେଭଳି କିଛି ଜିହାଦୀ ଘଟଣା ଘଟିନଥିବାରୁ ସେମାନେ ଭାରତର ସତର୍କ ସୂଚନାକୁ ହେୟଜ୍ଞାନ କରିଥିବା ସନ୍ଦେହ କରାଯାଉଛି।

କିନ୍ତୁ ଭାରତ ପକ୍ଷରୁ ଦିଆଯାଇଥିବା ସତର୍କ ସୂଚନାରେ ଆକ୍ରମଣ, ଆକ୍ରମଣକାରୀ, ସେମାନଙ୍କ ତମାମ ଯୋଜନା ଏବଂ ଆତଙ୍କବାଦୀଙ୍କ ଗତିବିଧି ବାବଦରେ ଟିକିନିଖି କରି କୁହାଯାଇଥିଲା। କିନ୍ତୁ ଏସବୁକୁ ନଶୁଣି ଆଶ୍ଚର୍ଯ୍ୟଜନକ ଭାବରେ ନୀରବତା ଅବଲମ୍ବନ କରିବା ଶ୍ରୀଲଙ୍କା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବା କୁହାଯାଉଛି।



from Odisha Reporter http://bit.ly/2UOJJ1r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages