
ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ମାତ୍ର ୨୫ କିଲୋମିଟର ଦୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଲି କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଅଯୋଧ୍ୟା ଗସ୍ତରେ ଆସିଥିଲେ ମୋଦି। ହେଲେ ଅଯୋଧ୍ୟାର ରାମ ମନ୍ଦିର ପ୍ରସଙ୍ଗ ବାବଦରେ କିଛି ନକହି ଚିରାଚରିତ ଢ଼ଙ୍ଗରେ ସାଧାରଣ ଲୋକଙ୍କୁ ଉଦବୋଧନ ଦେଇଛନ୍ତି। ଅଭିଭାଷଣ ଶେଷରେ କେବଳ ‘ଜୟ ଶ୍ରୀ ରାମ’ ବୋଲି କହିଥିଲେ ମୋଦି।
ଅଯୋଧ୍ୟାରୁ ମାତ୍ର ୨୫ କିଲୋମିଟର ଦୂରରେ ଆୟୋଜିତ ହୋଇଥିଲା ଏହି ରାଲି। ସେପଟେ, ଯେଉଁ ସ୍ଥାନରେ ଭଗବାନ ରାମଙ୍କୁ ପୂଜା କରାଯାଉଛି ସେହି ସ୍ଥାନକୁ ପ୍ରଧାନମନ୍ତ୍ରୀ ଆସିନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ମନ୍ଦିର ମହନ୍ତ ପରମହଂସ ଦାଶ। ସେ ଏହାକୁ ଦୁର୍ଭାଗ୍ୟବଶତଃ କହିବା ସହ ଏହା ବିଜେପି କର୍ମୀଙ୍କୁ ନିରୁତ୍ସାହିତ କରିଛି ବୋଲି ସେ କହିଛନ୍ତି। ସେ ଯଦି ଭଗବାନ ରାମଙ୍କର ଆଶୀର୍ବାଦ ନେଇଥାନ୍ତେ ତା’ହେଲେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ସକରାତ୍ମକ ବାର୍ତ୍ତା ଯାଇଥାନ୍ତା ବୋଲି ଅନ୍ୟତମ ମହନ୍ତ ନିର୍ତିୟ ଗୋପାଲ ଦାଶ କହିଛନ୍ତି। ତେବେ ଆୟୋଜିତ ଏହି ରାଲିରେ ପ୍ରଧାନମନ୍ତ୍ରୀ ଏସପି-ବିଏସପି-ଆରଏଲଡିକୁ ମହାମିଶ୍ରଣ ବୋଲି କହିବା ସହ କଂଗ୍ରେସକୁ ସମାଲୋଚନା କରିଥିଲେ।
ସୂଚନାଯୋଗ୍ୟ ଯେ ବିବାଦୀୟ ରାମ ମନ୍ଦିର ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
from Odisha Reporter http://bit.ly/2PIlVev
No comments:
Post a Comment