ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ପାକିସ୍ତାନ

ନଟ୍ଟିଂହାମ୍: ଗୁରୁବାର ଆରମ୍ଭ ହୋଇଛି କ୍ରିକେଟ୍ ମହାକୁମ୍ଭ। ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହୋଇଛନ୍ତି। ଶୁକ୍ରବାର ଦ୍ୱିତୀୟ ଦିବସରେ ଦୁଇ ପୂର୍ବତନ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୁଇବର୍ଷ ତଳେ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ପାକିସ୍ତାନ ଏହି ସଫଳତାକୁ ଦୋହରାଇବାକୁ ପ୍ରୟାସ କରିବ।

ପାକିସ୍ତାନ ତା’ର ଶେଷ ୧୦ଟି ଦିନିକିଆ ମ୍ୟାଚରେ ବିଜୟୀ ହୋଇନାହିଁ, ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷ ୦-୫ର କ୍ଲିନସୁଇପ୍ ଏବଂ ଇଂଲଣ୍ଡ ବିପକ୍ଷ ୦-୪ ସିରିଜ୍ ପରାଜୟ ସାମିଲ୍ ଅଛି। ଏହାଛଡ଼ା ଟିମ୍ ଅଭ୍ୟାସ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ୩ ୱିକେଟରେ ପରାସ୍ତ ହୋଇଥିଲା।

ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, “୨୦୧୭ରେ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ମଧ୍ୟ ଆମର ଏଭଳି ସ୍ଥିତି ଥିଲା। ସେତେବେଳେ ଆମେ ଅଷ୍ଟ୍ରେଲିଆ ଆମକୁ ୪-୧ରେ ହରାଇଥିଲା। ଏହାଛଡ଼ା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ଆମେ ଭାରତଠାରୁ ୧୨୪ ରନରେ ପରାସ୍ତ ହୋଇଥିଲୁ। କିନ୍ତୁ ଏହା ପରେ ଆମେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଇଂଲଣ୍ଡକୁ ହରାଇ ଫାଇନାଲରେ ସ୍ଥାନ ହାସଲ କରିଥିଲୁ। ଟାଇଟଲ୍ ଲଢ଼େଇରେ ଆମେ ଭାରତକୁ ୧୮୦ ରନରେ ହରାଇ ଚାମ୍ପିଅନ୍ ହୋଇଥିଲୁ। ବର୍ତ୍ତମାନ ଆମେ ଠିକ୍ ସେହି ସ୍ଥିତିରେ ଅଛୁ ଏବଂ ମୋର ବିଶ୍ୱାସ ଯେ, ବିଶ୍ୱକପରେ ଆମେ ନିଶ୍ଚିତ ଭଲ ପ୍ରଦର୍ଶନ କରିବୁ।”

୨୦୧୧ ଓ ୨୦୧୫ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ନିଜର ପ୍ରଥମ ବିଶ୍ୱକପ୍ ଖେଳୁଥିବା ପେସ୍ ବୋଲର ମହମ୍ମଦ ଆମୀର ୱେଷ୍ଟଇଣ୍ଡିଜ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଏବଂ ଭଲ ଫର୍ମରେ ଥିବା ଶାଇ ହୋପଙ୍କ ୱେଷ୍ଟଇଣ୍ଡିଜ୍ ଟିମର ଶୀର୍ଷକ୍ରମକୁ ଭାଙ୍ଗିବାକୁ ପ୍ରୟାସ କରିବେ।

ଆମୀରଙ୍କ ଫର୍ମ ପାକିସ୍ତାନ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ବିପକ୍ଷରେ ତିନି ୱିକେଟ୍ ନେଇ ନିଜ ଟିମକୁ ଟାଇଟଲ୍ ଜିତାଇବା ପରେ ସେ ଏପର୍ଯ୍ୟନ୍ତ ୧୫ ମ୍ୟାଚରୁ ମାତ୍ର ୫ ୱିକେଟ୍ ନେଇଛନ୍ତି। କିନ୍ତୁ ପ୍ରଥମ ମ୍ୟାଚରେ ଆମୀରଙ୍କ ଖେଳିବା ନେଇ ସ୍ପଷ୍ଟ ହୋଇନାହିଁ।

ଦୁଇଥରର ବିଶ୍ୱ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାକିସ୍ତାନ ବିଶ୍ୱକପରେ ୧୦ ମ୍ୟାଚ୍ ଖେଳିଛି। ଯେଉଁଥିରେ ୱିଣ୍ଡିଜ୍ ୭ଟି ଏବଂ ପାକିସ୍ତାନ ମାତ୍ର ୩ଟି ବିଜୟ ହାସଲ କରିଛି। ୱିଣ୍ଡିଜ୍ ଟିମ୍ ୨୦୧୫ ବିଶ୍ୱକପରେ ପାକିସ୍ତାନକୁ ୧୫୦ ରନରେ ହରାଇଥିଲା। ଏହି ମ୍ୟାଚରେ ରସେଲ୍ ୧୩ ବଲରେ ୪୨ ରନ୍ ଏବଂ ୩ ୱିକେଟ୍ ମଧ୍ୟ ନେଇଥିଲେ।

ଋସେଲ୍ ମଙ୍ଗଳବାର ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଅଭ୍ୟାସ ମ୍ୟାଚରେ ମଧ୍ୟ ମାତ୍ର ୨୫ ବଲରେ ବିସ୍ଫୋରକ ୫୪ ରନ୍ କରିଥିଲେ। ଯାହା ବଳରେ ୱିଣ୍ଡିଜ୍ ୪୨୧ ରନର ବିଶାଳ ସ୍କୋର ଛିଡ଼ା କରିପାରିଥିଲା। ଗତବର୍ଷ ଜିମ୍ବାୱେରେ କ୍ୱାଲିଫାଇଙ୍ଗ୍ ଜରିଆରେ ବିଶ୍ୱକପରେ ସ୍ଥାନ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍ ଗତ କିଛି ସମୟ ଧରି ଫର୍ମ ହାସଲ କରିବାରେ ସଫଳ ହୋଇଛି।

ୱେଷ୍ଟଇଣ୍ଡିଜ୍ ତା’ର ମାଟିରେ ବିଶ୍ୱର ଏକ ନମ୍ବର ଟିମ୍ ଏବଂ ବିଶ୍ୱକପ୍ ଟାଇଟଲର ଦୃଢ଼ ଦାବିଦାର ଇଂଲଣ୍ଡ ବିପକ୍ଷ ସିରିଜକୁ ୨-୨ରେ ବରାବର କରିଥିଲା। ତେବେ ଟିମ୍ ଆୟର୍ଲ୍ୟାଣ୍ଡରେ ଅନୁଷ୍ଠିତ ଟ୍ରାଇ-ସିରିଜ ଫାଇନାଲରେ ବାଂଲାଦେଶ ନିକଟରୁ ହାରିଯାଇଥିଲା। ୱିଣ୍ଡିଜ୍ ଟିମରେ ଗେଲଙ୍କ ବ୍ୟତୀତ ଏଭିନ୍ ଲୁଇସ୍, ହୋପ୍ ଓ ଡାରେନ୍ ବ୍ରାଭୋଙ୍କ ଭଳି ଅଭିଜ୍ଞ ଖେଳାଳି ଅଛନ୍ତି।

ଅଧିନାୟକ ଜେସନ୍ ହୋଲ୍ଡର, ଶାନନ୍ ଗାବ୍ରିଏଲ୍ ଓ ଓଶାନି ଥୋମାସ ପେସ୍ ବିଭାଗ ସମ୍ଭାଳିବେ। କିନ୍ତୁ ଟିମର ସ୍ପିନ୍ ବିଭାଗ ସାମାନ୍ୟ ଦୁର୍ବଳ। ଅନ୍ୟପକ୍ଷରେ ପାକିସ୍ତାନର ବୋଲିଂ ଆକ୍ରମଣ ବେଶ୍ ମଜଭୁତ୍। ଆମୀରଙ୍କ ବ୍ୟତୀତ ୱହାବ ରିଆଜ, ହାସନ୍ ଅଲୀ, ମହମ୍ମଦ ହସନେନ ପେସ୍ ବିଭାଗ ସମ୍ଭାଳିବେ। ସ୍ପିନର ଭୂମିକାରେ ଶାଦାବ ଖାନ୍ ଓ ଇମାନ୍ ୱାସିମ୍ ରହିଛନ୍ତି।

ଇମାମ-ଉଲ୍-ହକ୍ ଓ ଫକର ଜମାନ୍ ବର୍ତ୍ତମାନ ବିଶ୍ୱର ଅନ୍ୟତମ ସଫଳ ଓପନିଂ ଯୋଡ଼ି। ଏହାବ୍ୟତୀତ ମଧ୍ୟକ୍ରମରେ ଦୁଇ ଭେଟେରାନ୍ ମହମ୍ମଦ ହଫିଜ୍ ଓ ଶୋଏବ ମଲିକଙ୍କ ଉପରେ ଟିମ୍ ଅଧିକ ନିର୍ଭର କରିବ। ତେଣୁ ମୋଟାମୋଟି ଭାବେ ଦେଖିବାକୁ ଗଲେ, ଏହି ମୁକାବିଲା ପାକିସ୍ତାନ ବୋଲିଂ ବନାମ ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ମଧ୍ୟରେ ହେବ।

ୱେଷ୍ଟଇଣ୍ଡିଜ୍ ଟିମ୍: ଜେସନ୍ ହୋଲ୍ଡର (ଅଧିନାୟକ), ଫାବିଏନ୍ ଆଲେନ୍, କାର୍ଲସ୍ ବ୍ରାଥୱେଟ୍, ଡାରେନ୍ ବ୍ରାଭୋ, ଶେଲଡନ୍ କଟ୍ଟରେଲ୍, ଶାନନ୍ ଗାବ୍ରିଏଲ୍, କ୍ରିସ୍ ଗେଲ୍, ଶିମରନ୍ ହେଟମେୟର, ଶାଇ ହୋପ୍ (ୱିକେଟକିପର), ଆସେଲ ନର୍ସ, ନିକୋଲାସ୍ ପୂରାନ୍, କେମାର୍ ରୋଚ୍, ଆନ୍ଦ୍ରେ ରସେଲ, ଓଶାନି ଥୋମାସ ।
ପାକିସ୍ତାନ ଟିମ୍: ସର୍ଫରାଜ ଅହମ୍ମଦ (ଅଧିନାୟକ, ୱିକେଟକିପର), ଶାହୀନ୍ ଆଫ୍ରିଦି, ଆସିଫ୍ ଅଲୀ, ହାସାନ୍ ଅଲୀ, ମହମ୍ମଦ ଆମୀର, ବାବର ଆଜମ, ମହମ୍ମଦ ହଫିଜ, ଇମାମ୍-ଉଲ୍-ହକ୍, ମହମ୍ମଦ ହସନେନ୍, ଶାଦାବ ଖାନ୍, ଶୋଏବ ମଲିକ୍, ୱହାଜ ରିଆଜ, ହାରିସ୍ ସୋହେଲ, ଇମାଦ ୱାସିମ୍, ଫକର ଜମାନ ।



from Odisha Reporter http://bit.ly/2JOnkAe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages