ଫଳ ବାହାରିବା ପୂର୍ବରୁ ମିଠା ରେଡ୍ଡି: ପ୍ରସ୍ତୁତ ହୋଇସାରିଲାଣି ଲଡୁ କେକ୍‌ ସାଙ୍ଗକୁ ବାଦାମ ବର୍ଫି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଫଳ ବାହାରିବା ପୂର୍ବରୁ ମିଠା ରେଡ୍ଡି: ପ୍ରସ୍ତୁତ ହୋଇସାରିଲାଣି ଲଡୁ କେକ୍‌ ସାଙ୍ଗକୁ ବାଦାମ ବର୍ଫି

ନୂଆଦିଲ୍ଲୀ:  ନିର୍ବାଚନ ଫଳାଫଳ ପ୍ରକାଶ ଲାଗି ଆରମ୍ଭ ହୋଇଗଲାଣି ଗଣତି। ବଢିଲାଣି ଉତ୍କଣ୍ଠା। ଏକଜିଟ୍‌ ପୋଲ ସର୍ଭେ ଅନୁଯାୟୀ, ଏନଡିଏ ବହୁମତ ହାସଲ କରି ପୁଣି ଥରେ ଦଖଲ କରିବ ଗାଦି। ଭାଜପା ଓ ଏହାର ସହଯୋଗୀ ଦଳ ୩୦୦ରୁ ଅଧିକ ସିଟ୍‌ ହାସଲ କରି ପୁଣି ସମ୍ଭାଳିବେ ଶାସନ। ଏଥିଯୋଗୁ ବିଜେପି ଶିବିରରେ ଏବେଠୁ ଆରମ୍ଭ ହେଲାଣି ସେଲିବ୍ରିସନ ।  ଫଳାଫଳ ପ୍ରକାଶ ପରେ ଆରମ୍ଭ ହେବ ମୁହଁମିଠା ପର୍ବ। ଫୁଟିବ ବାଣ, ବାଜିବ ବାଜା। ଏଥିପାଇଁ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ବିଜୟ ଉତ୍ସବ ପାଳନ ପାଇଁ ଆରମ୍ଭ ହୋଇଗଲାଣି ପୂର୍ବ ପ୍ରସ୍ତୁତି।

ଭାଜପା କର୍ମକର୍ତ୍ତା ଏକଜିଟ ପୋଲ ରିପୋର୍ଟକୁ ଆଧାର କରି ବିଜୟ ପର୍ବ ପାଳନ ଲାଗି ବାଣ୍ଟିବେ ମିଠା। ସବୁଥର ଲଡୁ ବଣ୍ଟନ ହେଉଥିବା ବେଳେ ଏଥର କିନ୍ତୁ ଦିଲ୍ଲୀ ଭାଜପା ପକ୍ଷରୁ  ପ୍ରସ୍ତୁତ ହୋଇସାରିଲାଣି ସ୍ପେଶାଲ ଲଡୁ କେକ।  ଏହାସହ ବାଦାମ ପିସ୍ତା ବର୍ଫି ମଧ୍ୟ ରେଡ୍ଡି ହୋଇଗଲାଣି।  ଏହା ଉପର ପାର୍ଶ୍ୱ ସଜା ଯାଇଛି ଭାଜପାର ନିର୍ବାଚନୀ ଚିହ୍ନ ପଦ୍ମ ଫୁଲରେ ।

ବିଜୟ ଉତ୍ସବ ପାଳନ ନିମନ୍ତେ ସବୁବେଳେ ମିଠା ମଧ୍ୟରେ ଆଗରେ ଥାଏ ଲଡୁ। ହେଲେ ଏଥର ସେଥିରେ ଦେଖାଦେଇଛି ଟିକେ ପରିବର୍ତ୍ତନ। ଲଡୁ ତ ରହିବ । ହେଲେ ତାହା କେକ୍‌ ହିସାବରେ ହୋଇଛି ପ୍ରସ୍ତୁତ।  ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିୱାରୀ ଏହି ଖାସ୍‌ ଲଡୁ କେକ୍‌ ପ୍ରସ୍ତୁତ କରାଇ ସାରିଛନ୍ତି। ଏହାର ଓଜନ ରହିଛି ୭ କେଜି। ଏହାବ୍ୟତୀତ ଭାଜପାର ପ୍ରବକ୍ତା ପ୍ରବୀଣ ଶଙ୍କର କପୁର ମଧ୍ୟ ୫୦ କିଲୋର ବାଦାମ ବର୍ଫି ପ୍ରସ୍ତୁତ କରି ସାରିଛନ୍ତି। ଏହାର ମୂଲ୍ୟ କିଲୋ ପିଛା ୨ହଜାର ଟଙ୍କା ଅଛି ବୋଲି ଜଣାଯାଇଛି।



from Odisha Reporter http://bit.ly/2wnOuoZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages