ଓଡ଼ିଶାରେ ୭୩.୦୮% ମତଦାନ: ଭୁବନେଶ୍ୱରରେ ସବୁଠୁ କମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଓଡ଼ିଶାରେ ୭୩.୦୮% ମତଦାନ: ଭୁବନେଶ୍ୱରରେ ସବୁଠୁ କମ୍‌

ceo

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମୋଟ ୭୩.୦୮ ପ୍ରତିଶତ ମତଦାନ ହୋଇଛି। ୨୧ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୧୪୬ ବିଧାନସଭା ଆସନ ପାଇଁ ଏହି ମତଦାନ ହୋଇଛି। ରାଜ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଲୋକସଭା ଆସନ ମଧ୍ୟରୁ ନବରଙ୍ଗପୁରରେ ସବୁଠୁ ଅଧିକ ୭୮.୮୯% ମତଦାନ ହୋଇଛି। ସେହିଭଳି ଭୁବନେଶ୍ୱର ଲୋକସଭା ଆସନରେ ସବୁଠୁ କମ୍ ଭୋଟିଂ ହୋଇଛି। ଏଠାରେ ୬୯.୬୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ସେହିପରି ବିଧାନସଭା ନିର୍ବାଚନରେ କୋରାପୁଟର କୋଟପାଡ଼ରେ ସର୍ବାଧିକ ମତଦାନ ହୋଇଛି। ଏହି ବିଧାନସଭା ଆସନ ପାଇଁ ୮୬.୮୩% ମତଦାନ ହୋଇଛି। ଏହି ତାଲିକାର ସବୁଠୁ ତଳେ ରହିଛି ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀ। ଏଠାରେ ମାତ୍ର ୪୩.୦୪% ମତଦାନ ହୋଇଛି।”

ସିଇଓ ଆହୁରି କହିଛନ୍ତି, ସାମୁଦ୍ରିକ ଝଡ଼ ‘ଫୋନି’କୁ ଦୃଷ୍ଟିରେ ରଖି ଇଭିଏମ୍ ଥିବା ଷ୍ଟ୍ରଙ୍ଗ ରୁମ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଦୁଇଟି ସ୍ଥାନର ଇଭିଏମ୍ ଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା ହୋଇଛି। ଜଗତସିଂହପୁର ଏସ୍ଏଭିଏମ୍ କଲେଜର ତଳ ମହଲାରେ ଇଭିଏମ୍‌ ଗୁଡ଼ିକ ରହିଛି। ସେଗୁଡ଼ିକୁ ଉପର ରୁମ୍‌କୁ ନିଆଯିବ। ସେହିପରି ମୋହନାରେ ଇଭିଏମ୍ ଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଷ୍ଟ୍ରଙ୍ଗ୍ ରୁମରେ ଥିବା ଇଭିଏମ୍ ଗୁଡ଼ିକୁ ମୋହନା ଜିଲ୍ଲାପାଳ ଅଫିସର ନବନିର୍ମିତ ଗୋଦାମକୁ ନିଆଯିବ।”

ରାଜନୀତିକ ଦଳର ସଦସ୍ୟଙ୍କ ଉପସ୍ଥିତିରେ ଇଭିଏମ୍ ଗୁଡ଼ିକୁ ସ୍ଥାନାନ୍ତର କରାଯିବ। ଏପରିକି ଏହାର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାସରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।



from Odisha Reporter http://bit.ly/2J69TKF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages