ତୀରନ୍ଦାଜ କିମ୍ବଦନ୍ତୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ତୀରନ୍ଦାଜ କିମ୍ବଦନ୍ତୀଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ନୂଆଦିଲ୍ଲୀ: ଦିନଥିଲା ଗୋଟିଏ ପରେ ଗୋଟିଏ ତୀରକୁ ନିଜ ହାତରେ ଟାର୍ଗେଟକୁ ହିଟ୍‌ କରି ସେ ଭାରତର ନାଁକୁ ବିଶ୍ୱ ଦରବାରରେ ପରିଚିତ କରିଥିଲେ। ହେଲେ ଏବେ ସେହି ହାତ ଅନ୍ୟ ସହ ହ୍ୟାଣ୍ଡଶେକ୍‌ କଲା ବେଳକୁ ଥରିବା ଆରମ୍ଭ କରୁଛି। ଏଥିସହ ସେ କଥା କହିବା ବେଳେ ହଠାତ୍‌ ଚୁପ୍‌ ହେଇ ଯାଉଛନ୍ତି। ଏମିତି ରୋଗକୁ ଭଲ କରିବାକୁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ମଧ୍ୟ ନାହିଁ। ସେ ହେଉଛନ୍ତି ପ୍ରଖ୍ୟାତ ତୀରନ୍ଦାଜ ଲିମ୍ବା ରାମ।

ଗୋଟିଏ ସମୟରେ ୪୬ ବର୍ଷୀୟ ରାମ ଭାରତର ପ୍ରସିଦ୍ଧ ତୀରନ୍ଦାଜ ଥିଲେ। ବିଶ୍ୱ ରେକର୍ଡ ମଧ୍ୟ ସେ ନିଜ ନାଁରେ କରିଥିଲେ। କିନ୍ତୁ ଏବେ ସେ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଏହାର ଚିକିତ୍ସା ପାଇଁ ରାମଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବାରୁ ସେ ଅନ୍ୟମାନଙ୍କୁ ସାହାଯ୍ୟ ପାଇଁ ଟଙ୍କା ମାଗିବା ଆରମ୍ଭ କରିଛନ୍ତି। ୧୯୯୨ ବ୍ରାସଲୋନା ଅଲିମ୍ପିକରେ ରାମ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ ସେ ଏମ୍ସର ସାଧାରଣ ପ୍ରକୋଷ୍ଠରେ ରହି ଚିକିତ୍ସିତ ହେଉଛନ୍ତି।

ସମୟ ଗଢ଼ିବା ସହ ତାଙ୍କ ରୋଗର ପରିମାଣ ମଧ୍ୟ ବଢ଼ିବାରେ ଲାଗିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ରାମ ଯେଉଁ ସ୍ନାୟୁ ଜନିତ ରୋଗରେ ପଡ଼ିଛନ୍ତି, ସୁସ୍ଥ ହେବା ଏକ ପ୍ରକାରର ଅସମ୍ଭବ। କିନ୍ତୁ ଏହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରଣ କରିହେବ। ଏଥିପାଇଁ ସମସ୍ତ ଡାକ୍ତରଙ୍କ ସହଯୋଗ ଏବଂ ଅର୍ଥ ଆବଶ୍ୟକ।

ତାଙ୍କ ପତ୍ନୀ ମେରିନା ଜେନ୍ନି କହିଛନ୍ତି, ଦିଲ୍ଲୀର ଘରୋଇ ହସ୍ପିଟାଲ୍‌ରେ ଅଧିକ ଅର୍ଥ ଲାଗିବ। ତେଣୁ ଆମେ ରାମଙ୍କୁ ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି କରିଛୁ। ଏବେ ଆମେ ତାଙ୍କ ଚିକିତ୍ସା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ନିବେଦନ କରୁଛୁ। ଏପ୍ରିଲ ୨୫ରେ ଏକ ଚିଠି ଲେଖି କ୍ରୀଡ଼ା ମନ୍ତ୍ରଣାଳୟକୁ ସାହାଯ୍ୟ ପାଇଁ କୁହାଯାଇଥିଲା, ହେଲେ ଏଯାଏ ଅର୍ଥକୁ ମଞ୍ଜୁରୀ ମିଳିନାହିଁ ବୋଲି ମେରିନେ ବେଶ କ୍ଷୋଭର ସହ କହିଛନ୍ତି।



from Odisha Reporter http://bit.ly/2H5VxbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages