ଲଣ୍ଡନ: କ୍ରିକେଟ୍ ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର ୨୦୧୩ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ଏହା ପରେ ସଚିନଙ୍କୁ ଲଗାତାର ଆଇପିଏଲରେ ମଇଦାନରେ ଦେଖିବାକୁ ମିଳିଛି। କିନ୍ତୁ ଆଇସିସି କ୍ରିକେଟ୍ ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ସଚିନଙ୍କୁ ଏକ ରୂପରେ ଦେଖିବାକୁ ମିଳିଛି।
ବ୍ୟାଟ୍ ବଦଳରେ ସଚିନ ହାତରେ ମାଇକ୍ ଧରିଛନ୍ତି। ୨୦୧୯ ବିଶ୍ୱକପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ସେ କମେଣ୍ଟ୍ରି ଭାବେ ନିଜ କ୍ୟାରିୟରର ଶୁଭାରମ୍ଭ କରିଛନ୍ତି। ସଚିନ ଯେଉଁଭଳି ଭାବେ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ଟିମ୍ ଇଣ୍ଡିଆ ପକ୍ଷରୁ ଇନିଂସ୍ ଶୁଭାରମ୍ଭ କରୁଥିଲେ, ଠିକ୍ ସେହିଭଳି ସେ କମେଣ୍ଟ୍ରି ବକ୍ସରେ ମଧ୍ୟ ନଜଫଗଡ଼ର ନବାବଙ୍କ ସହ ଏହି ନୂଆ ଇନିଂସର ଆରମ୍ଭ କରିଛନ୍ତି। ସଚିନଙ୍କ ଏହି ନୂଆ ଅବତାର ସୋଶାଲ ମିଡିଆରେ ଖୁବ୍ ଧୂମ ମଚେଇଛି।
ଇଂଲଣ୍ଡ ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କୁ ପ୍ରଶଂସା କରି ସଚିନ ନିଜ କମେଣ୍ଟ୍ରିର ଶୁଭାରମ୍ଭ କରିଛନ୍ତି। ଆର୍ଚରଙ୍କୁ ପ୍ରଶଂସା କରି ସଚିନ କହିଛନ୍ତି, ଆର୍ଚର ଜଣେ ଚମତ୍କାର ବୋଲର। ତାଙ୍କ ପାଖରେ ଭଲ ଲାଇନ୍ ଓ ଲେନ୍ଥ ସହ ପେସ୍ ମଧ୍ୟ ଅଛି। ସେ ବହୁତ କମ୍ ସମୟରେ ଅଧିନାୟକଙ୍କ ମନ ଜିଣିଛନ୍ତି। ଆର୍ଚର ଏଭଳି ଜଣେ ଖେଳାଳି, ଯିଏ ସର୍ବଦା ଅଧିନାୟକଙ୍କ ଆଶା ପୂରଣ କରିଥାନ୍ତି। ସଚିନଙ୍କ ଏହି ପ୍ରଶଂସା ନସରୁଣୁ ଆର୍ଚର ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଆଇଡେନ୍ ମର୍କରାମଙ୍କୁ ଆଉଟ୍ କରିଥିଲେ।
from Odisha Reporter http://bit.ly/2JIKNTe
No comments:
Post a Comment