ବାତ୍ୟାବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ବାତ୍ୟାବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯାତ୍ରା କଳାକାର

kalakar

ଜଗତସଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସଂହପୁର ଜିଲ୍ଳାର ବାତ୍ୟା ବିପନ୍ନମାନଙ୍କୁ ‘ଓଡ଼ିଶା ଯାତ୍ରା କଳାକାର ଓ କର୍ମଚାରୀ ସଂଘ’ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।

ଆଳିପିଙ୍ଗଳ, ଯଶୋବନ୍ତପୁର, କଣ୍ଟାବଲ୍ଳଭପୁର ଓ ଦୋଭୋଗ ଅଞ୍ଚଳର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସଂଘ ତରଫରୁ ପଲିଥିନ ଓ ଷ୍ଟିଲ୍ ବାସନ ପ୍ରଦାନ କରାଯାଇଛି।
ସଂଘର ସଭାପତି ଦୈତାରୀ ପଣ୍ଡା ଓ ସଂପାଦକ ରମେଶ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ବ୍ରଜବିହାରୀ ନାୟକ ଓ ଗୌର ଦାସ ପ୍ରମୁଖ କଳାକାରମାନେ ବାତ୍ୟାବିପନ୍ନଙ୍କୁ ଭେଟି ଏହି ସହାୟତା ପ୍ରଦାନ କରିଛନ୍ତି। ଏହାସହ ସେମାନଙ୍କର ଅଭାବ, ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି।

jatrakalakarପୂର୍ବରୁ ସଂଘ ତରଫରୁ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଳାରେ ମଧ୍ୟ ବାତ୍ୟାବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ୩ ତାରିଖରେ ବାତ୍ୟା ‘ଫୋନି’ରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।



from Odisha Reporter http://bit.ly/2VHtzfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages