
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଏବେ ରାଜ୍ୟର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତେଣୁ ଟ୍ରେନ୍ ଯାତ୍ରାକୁ ଆରାମପ୍ରଦ କରିବା ପାଇଁ ଯାତ୍ରୀମାନେ ଏସି ବଗିରେ ଟିକେଟ କରିଥିଲେ। ମାତ୍ର ଏସି କାମ କରୁନଥିବାରୁ ଯାତ୍ରୀମାନେ ଆଜି ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକାଇ ହଙ୍ଗାମା କରିଛନ୍ତି। ଦୀର୍ଘ ୪ ଘଣ୍ଟା ଧରି ଟ୍ରେନ୍ଟି ରାଉରକେଲା ଷ୍ଟେସନରେ ଅଟକି ରହିଥିଲା। ତେବେ ଏସି ମରାମତି ହୋଇନପାରିବାରୁ ଟ୍ରେନ୍ଟି ଯାତ୍ରା ଆରମ୍ଭ କରିଛି।
ସୂଚନାରୁ ପ୍ରକାଶ, ଟିଟିଲାଗଡ଼- ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ଟିଟିଲାଗଡ଼ରୁ ଛାଡ଼ିଥିଲା। ହେଲେ ଟ୍ରେନ୍ର ସି-୧, ସି-୨, ସି-୩ ଓ ବି-୧ ବଗିରେ AC କାମ କରୁନଥିଲା। ଫଳରେ ଯାତ୍ରୀମାନେ ପ୍ରବଳ ଗରମରେ ଡହଳ ବିକଳ ହୋଇଥିଲେ। ଅତ୍ୟଧିକ ଗରମ ହେବାରୁ ଯାତ୍ରୀମାନେ ଟ୍ରେନ୍କୁ ପ୍ରଥମେ କାଲୁଙ୍ଗା ଷ୍ଟେସନରେ ଦେଢ଼ ଘଣ୍ଟା ଧରି ଅଟକାଇ ରଖିଥିଲେ। ବୁଝାସୁଝା ପରେ ପୁଣି ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲେ।
କିନ୍ତୁ ରାଉରକେଲା ଷ୍ଟେସନ୍ରେ ପହଞ୍ଚିବା ପରେ ଟ୍ରେନ୍କୁ ଯାତ୍ରୀମାନେ ପୁଣି ଅଟକାଇ ଦେଇଥିଲେ। ଏସି ଠିକ୍ ନହେବା ପର୍ଯ୍ୟନ୍ତ ଟ୍ରେନ୍ ଗଡ଼ି ପାରିବ ନାହିଁ ବୋଲି ଯାତ୍ରୀମାନେ କହିଥିଲେ। ଦିନ ୧୧.୪୦ ମିନିଟରେ ରାଉରକେଲା ଷ୍ଟେସନରୁ ଛାଡ଼ିବାକୁ ଥିବା ଇସ୍ପାତ ଏକ୍ସପ୍ରେସ ଅପରାହ୍ନ ୫ଟା ସୁଦ୍ଧା ଛାଡ଼ି ନାହିଁ। ପୁଲିସ ଓ ରେଳବାଇ କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ଯାତ୍ରୀମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।
ପରେ ଟ୍ରେନ୍ର ଏସି ମରାମତି କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇନଥିବାରୁ ଟ୍ରେନ୍ଟି ବିଳମ୍ୱରେ ଯାତ୍ରା ଆରମ୍ଭ କରିଛି।
from Odisha Reporter http://bit.ly/2EjpS4M
No comments:
Post a Comment