ଜାପାନରେ ମୋଦି ନାରା, ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 26, 2019

ଜାପାନରେ ମୋଦି ନାରା, ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବାପାଇଁ ଆଜି ସକାଳେ ଜାପାନର ଓସାକାରେ ପହଞ୍ଚିଛନ୍ତି। ଓସାକା ବିମାନବନ୍ଦରରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେଠାରେ ଉପସ୍ଥିତ ଭାରତୀୟମାନେ ଉତ୍ସାହିତ ହୋଇ ମୋଦି ମୋଦି ନାରା ଦେଇଥିଲେ। ଏହାସହ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତାରମ’ କହି ସ୍ୱାଗତ କରିଥିଲେ।

ବର୍ତ୍ତମାନ ବିଶ୍ୱରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜି-20 ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ମୋଦି ଆଲୋଚନା କରିବେ। ବିଶେଷ କରି ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଆଲୋଚନାର ପ୍ରମୁଖ ପ୍ରସଙ୍ଗ ରହିବ। ଏଥିସହ ମହିଳା ସଶକ୍ତିକରଣ ଓ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇବ। ଏହି ସମ୍ମିଳନୀରେ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଜାପାନ, ଚୀନ, ଋଷିଆ ଓ ବ୍ରିକ୍ସ ରାଷ୍ଟ୍ର ସମୂହଙ୍କ ସହ ଅନୌପଚାରିକ ଆଲୋଚନା କରିବେ। ଆଜି ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।



from Odisha Reporter https://ift.tt/2ZPub0c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages