ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ହସ୍ପିଟାଲ ପରିସରରେ ବୁଲା କୁକୁରର ଆହାର ପାଲଟିଲା ଶିଶୁର ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱରରେ। ଗତକାଲି ବାଲେଶ୍ୱର ମେଡିକାଲ କଲେଜ ହସ୍ପିଟାଲ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଥିଲା।
ଏନେଇ ଖବର ପ୍ରଚାରିତ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ମୃତଦେହ ଉଦ୍ଧାର କରିଥଲେ। ଏହାପରେ ଶିଶୁଟିକୁ ପୋତି ଦିଆଯାଇଥିଲା। ତେବେ ମୃତ ଶିଶୁଟିକୁ କେହି ଫିଙ୍ଗି ଦେଇ ଚାଲିଯିବାରୁ ଏଭଳି ଘଟଣା ଘଟିଥାଇପାରେ ବୋଲି ସିଡିଏମଓ ଦୁଲାଲ୍ ସେନ ଜଗଦ୍ଦେବ କହିଛନ୍ତି।
from Odisha Reporter https://ift.tt/2FxjO9p
No comments:
Post a Comment