ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପରିବହନ ବିଭାଗର ଏ-୩୨ ଆନ୍ତୋନୋଭ ବିମାନ ଏବେ ବି ନିଖୋଜ ରହିଛି। ସୋମବାର ନିଖୋଜ ହେବା ପରେ ବିଭିନ୍ନ ଅତ୍ୟାଧୁନିକ ବିମାନ ସହଯୋଗରେ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ମଧ୍ୟ ଏଯାଏ ତା’ର କୌଣସି ପତ୍ତା ମିଳିନି। ସେପଟେ ବିମାନକୁ ଖୋଜିବା ପାଇଁ ନିକଟରେ ଆକାଶମାର୍ଗକୁ ଉତକ୍ଷେପଣ ହୋଇଥିବା ରିସାଟ ସିରିଜର ସାଟେଲାଇଟକୁ ନିୟୋଜିତ କରିଛି ଇସ୍ରୋ। ଏହି ସାଟେଲାଇଟ ଜରିଆରେ ଆକାଶରେ ଥାଇ ଭୂପୃଷ୍ଠର କୌଣସି ନିର୍ଦ୍ଦିଷ୍ଟ ଫଟୋ ଏହି ରିସାଟ୍ ସାଟେଲାଇଟ୍ ଉଠାଇ ପାରିବ।
ସୂଚନାଯୋଗ୍ୟ ଯେ ସୋମବାର ଏହି ବିମାନଟି ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶର ମେଚୁକା ସ୍ଥିତ ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡକୁ ଯାଉଥିଲା। ଏହି ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଭାରତ-ଚୀନ ସୀମା ନିକଟରେ ଅବସ୍ଥିତ।
ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନରେ ସୁଖୋଇ-୩୦ ଜେଟ୍, ସି-୧୩୦ଜେ, ଏନେ 32 ୨ଟି ଏମଆଇ-୧୭ ଏବଂ ୨ଟି ଏଏଲଏଚ ହେଲିକପ୍ଟର ସାମିଲ ହୋଇଛନ୍ତି। ସେହିଭଳି ଭାରତୀୟ ନୌସେନାର ପି-୮୧ ବିମାନ ମଧ୍ୟ ଅପରେଶନରେ ସାମିଲ ହୋଇଛି।
from Odisha Reporter http://bit.ly/2WsiQ8U
No comments:
Post a Comment