ଟିମ୍ ଇଣ୍ଡିଆର ‘ଏସଆରକେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 9, 2019

ଟିମ୍ ଇଣ୍ଡିଆର ‘ଏସଆରକେ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରବିବାର ଚଳିତ ବିଶ୍ୱକପରେ ଖେଳାଯାଇଥିବା ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚରେ ବିଜୟୀ ହୋଇଛି ଭାରତ। ଏହି ବିଜୟ ପଛରେ ରହିଛି ଟିମ୍ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଭଲ ପ୍ରଦର୍ଶନ। ହେଲେ ଭାରତର ଏହି ବିଜୟ ପାଇଁ ଟିମ୍ ଇଣ୍ଡିଆର ‘ଏସଆରଏକ’ ଏବେ ଚର୍ଚ୍ଚାରେ। ସାଧାରଣତଃ ବଲିଉଡରେ ଏସଆରକେ କହିଲେ ଶାହରୁଖ ଖାନଙ୍କୁ ବୁଝାଏ। ହେଲେ ଏବେ ଟିମ୍ ଇଣ୍ଡିଆରେ ‘ଏସଆରଏକେ’ଙ୍କ ଆବିର୍ଭାବ ହୋଇଛି।

ଏହି ଏସଆରକେ ହେଲେ ଟିମ୍ ଇଣ୍ଡିଆର ଏସ(ଶିଖର ଧାଓ୍ୱନ) ଆର( ରୋହିତ ଶର୍ମା) କେ (ବିରାଟ କୋହଲି)। ଗତକାଲି ଭାରତ ପ୍ରଥମେ ବ୍ୟାଟିଂ କରି ୩୫୨ ରନ କରିଥିଲା। ଏହି ବିଶାଳ ସ୍କୋର ପଛରେ ଓପନର ଶିଖର ଧୱନଙ୍କ ଲଢ଼ୁଆ ୧୧୭ ରନ୍, ରୋହିତ ଶର୍ମାଙ୍କ ୫୭ ରନ ଏବଂ ଅଧିନାୟକ ବିରାଟ କୋହଲିଙ୍କ ୮୨ରନ ଦଳର  ବିଶାଳ ସ୍କୋର ପାଇଁ ମୁଳଦୂଆ ପକାଇଥିଲା। ଯଦିଓ ଏହି ତିନି ବ୍ୟାଟସମ୍ୟାନ ଅନ୍ତିମ ଓଭର ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ ତଥାପି ହାର୍ଦିକ ପାଣ୍ଡ୍ୟା, ଧୋନି, କେଦାର ଯାଦବ ଆସି ଦଳକୁ ୩୫୨ ରନର ସ୍କୋରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ।

ଅଷ୍ଟ୍ରେଲିଆ ଏହି ବିଶାଳ ଟାର୍ଗେଟର ପିଛା କରି ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୧୬ ରନ୍ କରି ପରାସ୍ତ ହୋଇଛି। ଧୱନ୍ ୧୦୯ ବଲରେ ୧୬ ଚୌକା ସହ ୧୧୭ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଏଥିସହ ଚଳିତ ବିଶ୍ୱକପର ଦୁଇଟି ଯାକ ମ୍ୟାଚରେ ଭାରତ ବିଜୟୀ ହୋଇ ପଏଣ୍ଟ ଟେବୁଲ ତାଲିକାରେ ତୃତୀୟ ସ୍ଥାନରେ ପହଞ୍ଚିଛି।



from Odisha Reporter http://bit.ly/2EZx8TW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages