ଆବଶ୍ୟକ ସାମଗ୍ରୀ : ବ୍ରେଡ୍, ଆଳୁ, ଲଙ୍କା ଗୁଣ୍ଡ, ଖଟା ପାଉଡର, ଅଦା, କଞ୍ଚାଲଙ୍କା, ଗରମ ମସଲା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ପତ୍ର, ଲୁଣ, ରିଫାଇନ୍ ତେଲ, ସୋରିଷ, ଭୃସଙ୍ଗ ପତ୍ର, ଦହି।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁ ମିଶ୍ରଣକୁ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ସିଝା ଆଳୁକୁ ଏକ ପାତ୍ରରେ ଭଲ ଭାବେ ଚକଟନ୍ତୁ। ଖଟା ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା, ଅଦା, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, କଟା ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଦହି ମିଶ୍ରଣ ତିଆରି କରନ୍ତୁ। ଏହା ଅଧିକ ଗାଢା ଥିଲେ ସେଥିରେ ଅଳ୍ପ ପାଣି ମିଶାଇ ପାରିବେ। ଏଥିରେ ଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ।
ବ୍ରେଡ୍କୁ ଗୋଲାକାର ଭାବେ କାଟନ୍ତୁ। ଏଥିପାଇଁ ଗିନାର ସହାୟତା ନେଇ ପାରିବେ। ଆଳୁ ମିଶ୍ରଣକୁ ନେଇ ବ୍ରେଡ୍ର ଗୋଟିଏ ପାର୍ଶ୍ୱରେ ଚାରିଆଡ଼କୁ ବିସ୍ତାର କରି ରଖନ୍ତୁ। ନନ୍ଷ୍ଟିକ୍ ତାୱାକୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ବ୍ରେଡ୍ରେ ଆଳୁ ଲାଗିଥିବା ପାର୍ଶ୍ୱକୁ ତଳକୁ ରଖନ୍ତୁ ଓ ଅପର ପାର୍ଶ୍ୱରେ ଦହି ମିଶ୍ରଣ ଢାଳନ୍ତୁ। ବ୍ରେଡ୍କୁ ଘୋଡ଼ାଇ ଦେଇ ଧିମା ଆଞ୍ଚରେ ଆଳୁ ଲାଲ ହେବା ଯାଏ ଓ ଦହିକୁ ବ୍ରେଡ୍ ଶୋଷିଲା ଯାଏ ରଖନ୍ତୁ।
ଏପରି ହେବା ଲାଗି ୭ରୁ ୮ ମିନିଟ୍ ସମୟ ଲାଗିଥାଏ। ଏହି ସମୟରେ ଛୁଙ୍କ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଅନ୍ୟ ଏକ ପ୍ୟାନ୍ରେ ତେଲ ଗରମ କରି ସୋରିଷ ପକାନ୍ତୁ। ସୋରିଷ ଫୁଟିଲା ପରେ ଏଥିରେ ଭୃସଙ୍ଗ ପତ୍ର ଓ ଧନିଆ ପତ୍ର ପକାନ୍ତୁ। ଇଡ୍ଲିକୁ ପ୍ଲେଟ୍କୁ ବାହାର କରି ଏହା ଉପରେ ଛୁଙ୍କ ଢାଳନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ବ୍ରେଡ୍ ଇଡ୍ଲି। ଏହା ତିଆରି କରିବା ଯେତିକି ସହଜ, ସେତିକି ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମଧ୍ୟ। ଖୁବ୍ କମ୍ ସମୟରେ ପ୍ରସ୍ତୁତ ହୋଇପାରୁଥିବା ଏହି ଡିସ୍ ଆପଣ ପିଲାଙ୍କ ଟିଫିନ୍ ବକ୍ସରେ ମଧ୍ୟ ଦେଇପାରିବେ।
from Odisha Reporter http://bit.ly/2IyjS9D
No comments:
Post a Comment