ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଏଥିପାଇଁ ଅପରାହ୍ଣ ୧ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।
ଅନ୍ୟପକ୍ଷରେ ଦୁଇ ଦିନର କୋହଲା ପାଗ ପରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ପ୍ରଚଣନ୍ତ ଖରା ସହ ଗୁଳୁଗୁଳି ହୋଇଥିଲା। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ୪୩.୬ ଡିଗ୍ରୀ ସେଲସିୟସ୍ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଥିଲା। ହୀରାକୁଦରେ ତାପମାତ୍ରା ୪୩. ୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୨.୬, ଅନୁଗୋଳରେ ୪୦.୪, ସୋନପୁରରେ ୪୦.୮, ମାଲକାନଗିରିରେ ୪୧, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୨ ଓ ଝାରସୁଗୁଡ଼ାରେ ୪୨. ୨ ଡିଗ୍ରୀ ରହିଥିଲା।
from Odisha Reporter http://bit.ly/2XCfrRt
No comments:
Post a Comment