ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନ କରିବେ। ତେବେ କ’ଣ ହେବ ପୂର୍ଣ୍ଣାଙ୍ଗ ବଜେଟ୍ର ରୂପରେଖ,କେଉଁ କ୍ଷେତ୍ର ଉପରେ ରହିବ ଫୋକସ, କାହାକୁ ପ୍ରାଥମିକତା ଦେବେ ଅର୍ଥମନ୍ତ୍ରୀ ତା’ ଉପରେ ରହିବ ସମସ୍ତଙ୍କ ନଜର। ବାତ୍ୟା ‘ଫୋନି’ ପରବର୍ତ୍ତୀ ଥଇଥାନ ଓ ପୁନରୁଦ୍ଧାର କାମ ଫୋକସରେ ରହିବା ଆଶା କରାଯାଉଛି। କାରଣ ବାତ୍ୟାରେ ହଜାର ହଜାର କଚ୍ଚା ଘର ମାଟିରେ ମିଶିଥିବା ବେଳେ ସ୍କୁଲ ବିଲଡିଂକୁ ବ୍ୟାପକ କ୍ଷତି ହୋଇଛି। ସେହିପରି ପ୍ରଭାବିତ ଜିଲ୍ଲାରେ ବିଦ୍ୟୁତ୍ ଭିତ୍ତିଭୂମି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ତେଣୁ ପଞ୍ଚାୟତି ରାଜ୍, ସ୍କୁଲ ଗଣଶିକ୍ଷା ଓ ଶକ୍ତି ବିଭାଗ ଲାଗି ଅଧିକ ବ୍ୟୟବରାଦ ହୋଇପାରେ।
ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଛୁଇଁପାରେ। ବଜେଟ୍ରେ ମୁଖ୍ୟତଃ ଫୋନି ପରବର୍ତ୍ତୀ ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ। ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍ଚେଞ୍ଜର ହୋଇଥିବା କାଳିଆ, ମିଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି। ରାଜ୍ୟର ଋଣ ଭାର ବଢୁଥିବା ବେଳେ ସରକାର ବଜେଟ୍କୁ ସମତୁଲ କରିବା ଓ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଚ୍ୟାଲେଞ୍ଜ ହେବ।
from Odisha Reporter https://ift.tt/2XdPueT
No comments:
Post a Comment