ଘାସରେ ଖାଲି ପାଦରେ ଚାଲିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 27, 2019

ଘାସରେ ଖାଲି ପାଦରେ ଚାଲିବା ଦ୍ୱାରା ମିଳିଥାଏ ଏହି ସବୁ ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯେଉଁଭଳି ଭାବେ ଆମକୁ ଫାଙ୍କା ଜାଗାରେ ନିଶ୍ୱାସ ନେବାକୁ ଭଲ ଲାଗିଥାଏ ସେହିଭଳି ଭାବେ ଫାଙ୍କାରେ ତଥା ଘାସ ଉପରେ ଖାଲି ପାଦରେ ଚାଲିବାକୁ ବି ଭଲ ଲାଗିଥାଏ। ବ୍ୟସ୍ତ ଜୀବନଶୈଳୀରେ ଆମେ ରିଲାକ୍ସ କରିବା ପାଇଁ ଫାଙ୍କ ଜାଗାକୁ ହିଁ ପସନ୍ଦ କରିଥାଉ। କ’ଣ ଆପଣ ଜାଣିଛନ୍ତି କି ପାର୍କରେ ଜୋତା ପିନ୍ଧି ଚାଲିବା ଅପେକ୍ଷା ଖାଲି ପାଦରେ ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ। ଏହା ଅନେକ ରୋଗରୁ ରକ୍ଷା କରିଥାଏ। ତାହାଲେ ଜାଣନ୍ତୁ ପାର୍କରେ ଘାସରେ ଚାଲିବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ।

ପାଦ ଦରଜ ହୋଇ ନଥାଏ।

ଆପଣ ଜାଣିଥିବେ ଧିରେ ଧିରେ ବୟସ ବଢ଼ିବା ସାଙ୍ଗକୁ ଆମ ଶରୀରର ଆଣ୍ଠୁ ଗଣ୍ଠି ଦରଜ ହେବାକୁ ଲାଗିଥାଏ। ଆମେ ଏଥିପାଇଁ ବିଭିନ୍ନ ପ୍ରକାର ମେଡିସିନ୍‌ ଖାଇବା ସହ ୱାର୍କଆଉଟ୍‌ ମଧ୍ୟ କରିଥାଉ। କିନ୍ତୁ ଏଥିରେ ଆମକୁ ସୁଫଳ ମିଳି ନ ଥାଏ। ଏଥିରୁ ଆରାମ ପାଇବା ଲାଗି ଆପଣ ସକାଳେ ପାର୍କରେ ଖାଲି ପାଦରେ ଚାଲନ୍ତୁ। ଏହା କଲେ ଆପଣଙ୍କ ପାଦ ଦରଜ ହେବ ନାହଁ।

ନିଦ ଭଲ ହୁଏ

ଅନେକଙ୍କର ରାତିରେ ନିଦ ନ ଆସିବା ସମସ୍ୟା ରହିଥାଏ। ଏଥିପାଇଁ ଲୋକେ ଔଷଧ ଖାଇଥାନ୍ତି। ପର୍ଯ୍ୟାପ୍ତ ନିଦ ନ ମିଳିବା ଯୋଗୁ ଅନେକ  ଶାରୀରିକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ଏବେ କିନ୍ତୁ ଏହି ସମସ୍ୟାରୁ ଆପଣ ମୁକ୍ତି ପାଇ ପାରିବେ । ସକାଳେ ଖାଲି ପାଦରେ ଘାସରେ ଚାଲିବା ଦ୍ୱାରା ରାତିରେ ଭଲ ନିଦ ଆସେ।  ଅତି କମ୍‌ରେ ୧୫ ମିନିଟ୍‌ ଚାଲିବା ଦ୍ୱାରା ଅନେକ ଫାଇଦା ମିଳିଥାଏ।

ଆଖି ପାଇଁ ଭଲ

ଉଜ୍ୱଳ କିରଣ ଆମ ଆଖି ପାଇଁ ଭଲ ହୋଇ ନ ଥାଏ। ଆମେ ଯେତେବେଳେ ପାର୍କରେ ଚାଲୁ ସବୁଜ ଘାସ ଆମ ଆଖିକୁ ଆରାମ ଦେଇଥାଏ।

ସଠିକ୍‌ ରକ୍ତ ସଞ୍ଚାଳନ ହୋଇଥାଏ

ପାଦରେ ଜୋତା, ଚପଲ ପିନ୍ଧିବା ଯୋଗୁ ପାଦ  ଆବଶ୍ୟକ ଅକ୍ସଜେନ୍‌ ପାଇ ପାରେ ନାହିଁ। ଆପଣ ଯେତେବେଳେ ଖାଲି ପାଦରେ ଘାସରେ ଚାଲିଥିବେ ଆପଣଙ୍କ ପାଦକୁ ଭର୍‌ପୁର ଅକ୍ସିଜେନ୍‌ ମିଳିଥାଏ। ଏହା ଦ୍ୱାରା ଭଲ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ।

ପାଦ ମଜବୁତ ହୁଏ

ଖାଲି ପାଦରେ ଘାସରେ ଚାଲିବା ଯୋଗୁ ପାଦ ମଜଭୁତ ହୋଇଥାଏ। ଏହାଦ୍ୱାରା ମାଂସପେଶିର ମଧ୍ୟ ବ୍ୟାୟାମ ହୋଇଥାଏ। ଏହା ଦ୍ୱାରା ଅଣ୍ଟା ଦରଜ ଏବଂ ଆଣ୍ଠୁ ଗଣ୍ଠି ମୋଡ଼ି ହେବା ଭଳି ସମସ୍ୟା ଦେଖାଦିଏ ନାହିଁ।



from Odisha Reporter https://ift.tt/2YhEZnt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages