ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏହା ସତ ସେ ଆପଣଙ୍କ ଦରମା ଯେତେ କମ୍ ହେଲେ ବି ଆପଣଙ୍କୁ ତାହା କମ୍ ଲାଗିଥାଏ। ଯଦି ଆପଣଙ୍କୁ ସତରେ ଲାଗୁଛି ଯେ, ଆପଣଙ୍କ କାମ କମ୍ କରୁଛନ୍ତି, ବା ବସ୍ ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଦରମା ବଢ଼ୁନାହିଁ। ତାହାଲେ ଆମେ ଆପଣଙ୍କୁ କିଛି ବିଷୟ ଉପରେ ଧ୍ୟାନ ଦେବାକୁ କହିବୁ ଯାହାକୁ ଆପଣାଲେ ଆପଣଙ୍କ କାମର ଗୁଣବତ୍ତା ବଢ଼ିବ ଏବଂ ଭଲ ଦରମା ପାଇ ପାରିବେ।
୧, ସେଲ୍ପ କଣ୍ଟ୍ରୋଲ୍ ବା ନିଜ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ ହୋଇଥାଏ। ଯଦି ଆପଣଙ୍କ ଭିତରେ ନିଜକୁ ନିୟନ୍ତ୍ରଣ ରଖିବା ଶକ୍ତି ନାହିଁ, ତାହାଲେ ଆପଣଙ୍କ ଭିତରେ କ୍ରିଏଟିଭିଟି ନଷ୍ଟ ହେବାର ବହୁତ ସମ୍ଭାବନା ରହିଥାଏ।
୨, ଏକ ରିପୋର୍ଟରୁ ଜଣା ପଡ଼ିଛି ଯେ, ଯେଉଁ ଲୋକଙ୍କ ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିବା ଶକ୍ତି ଅଛି ସେମାନେ ବହୁତ ଖୁସିରେ ରହିଥାନ୍ତି। ଏଥିପାଇଁ ଆପଣ ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ଏବଂ ନିଜ ଭିତରେ କ୍ରିଏଟିଭିଟି ବଢ଼ାନ୍ତୁ।
୩, ବେଡ୍ ଉପରେ ଲାପ୍ଟପ୍ ବା ଫୋନ୍ ବ୍ୟବହାର କରିବା ମଧ୍ୟ ଆପଣଙ୍କ ପାଇଁ ଖରାପ ହୋଇପାରେ। ଏହାକୁ ଡେରି ରାତି ଯାଏ ବ୍ୟବହାର କଲେ ଆପଣଙ୍କ ନିଦ ପୂରା ହୋଇ ପାରେ ନାହିଁ । ଏବଂ ତା ପର ଦିନ ଆପଣ ଯେତେବେଳେ ଅଫିସ୍ରେ କାମ କରନ୍ତି ଚିଡ୍ଚିଡ଼ା ହୁଅନ୍ତି। ଏଥିପାଇଁ ଭଲରେ କରିବାକୁ ଥିବା କାମ ଆପଣ ତରତରରେ ସାରି ଦିଅନ୍ତି। ଏହା ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଭାବିତ କରିଥାଏ।
୪, କୌଣସି କାମକୁ ଟାଳିବା ମଧ୍ୟ ଖରାପ ଅଭ୍ୟାସ ହୋଇଥାଏ। ଆପଣଙ୍କ ବସ୍ ଆପଣଙ୍କ ଗୋଟିଏ କାମ କରିବାକୁ କହିଥିବା ବେଳେ ଆପଣ ସେହି କାମକୁ କରିବି କରିବି କହି ଡେରି କରିଥାନ୍ତି। ଯେପରିକି ସକାଳୁ ଆପଣଙ୍କ ମନ ଫ୍ରେସ୍ ରହିଲେ କାମ ମଧ୍ୟ ଭଲ ହୋଇଥାଏ। ଆପଣ ଯଦି ସକାଳେ କରିବା କାମ ସନ୍ଧ୍ୟାରେ କରିବେ ତାହାଲେ ଆପଣଙ୍କ ଏନର୍ଜି କମ୍ହେବା ସହ ଅନ୍ୟ କାମ କରିବାକୁ ଆପଣଙ୍କର ଇଚ୍ଛା ଆଉ ନ ଥିବ। ଅଫିସ୍ରେ ମଧ୍ୟ ଏପରି କରିବା ଠିକ୍ ନୁହେଁ।
୫, ମଲ୍ଟି ଟାସ୍କିଙ୍ଗ୍ ହେବା ମଧ୍ୟ ଆପଣଙ୍କ ପଜେଟିଭିଟିକୁ କମାଇଦେଇଥାଏ। ମାନେ ଆପଣ ଗୋଟେ କାମ ଠିକ୍ରେ ନ କରି ଯଦି ୪, ୫ଟି କାମକୁ ଏକାଥର ହାତକୁ ନେବେ ଆଉ ତାହା ପୁରା କରିବାପାରିବେ ନାହିଁ । ତାହାଲେ ଆପଣଙ୍କ ବସ୍ଙ୍କ ଆଖିରେ ଆପଣ ଠିକ୍ କର୍ମଚାରୀ ହୋଇ ପାରିବେ ନାହିଁ। ଏହାକୁ ଧ୍ୟାନରେ ରଖି ଅଫିସ୍ରେ କାମ ହାତକୁ ନେବା ଆବଶ୍ୟକ।
from Odisha Reporter http://bit.ly/2Wn71MB
No comments:
Post a Comment