ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ବେଳେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 25, 2019

ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବକୁ ଯାଉଥିବା ବେଳେ…

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ସହରର କଲେଜ୍‌ ରୋଡ୍‌ରେ ଏକ ଅର୍ଦ୍ଧନିର୍ମିତ କଲଭର୍ଟର ଗାତରେ ପଡ଼ି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବାସୁଦେବ ବିଷୋୟୀ। ତାଙ୍କ ଘର ତେନ୍ତୁଳିଖୁଣ୍ଟି ବ୍ଲକ୍ ଅଞ୍ଚଳଗୁମା ପଞ୍ଚାୟତର ଚିତ୍ରକୋଟ ଗାଁରେ।

ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ବାସୁଦେବ ବାଇକ୍‌ ଯୋଗେ ତାଙ୍କ ମାମୁ ଘରକୁ ଯାଉଥିଲେ। ଆଜି ତାଙ୍କ ମାମୁଙ୍କ ଘର ପ୍ରତିଷ୍ଠା ଉତ୍ସବ ଥିଲା।

ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ କଲଭର୍ଟ ଗାତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହକୁ ଉଦ୍ଧାର କରିଛି।



from Odisha Reporter https://ift.tt/324DTxM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages