ବାହା ନ ହୋଇ ବି ସଲମାନ ହୋଇ ସାରିଲେଣି ଜେଜେ, ଅଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 4, 2019

ବାହା ନ ହୋଇ ବି ସଲମାନ ହୋଇ ସାରିଲେଣି ଜେଜେ, ଅଜା

ମୁମ୍ୱାଇ: ୫୦ରୁ ଅଧିକ ଫଗୁଣ ପାର୍‌ କରି ସାରିଥିବା ବଲିଉଡର ସୁଲତାନ ସଲମାନ ଖାଁ ଏବେ ବି ମୋଷ୍ଟ ଇଲିଜିବୁଲ ବ୍ୟାଚଲର।ଏବେ ବି ବହୁ ଯୁବତୀ ତାଙ୍କ ପାଇଁ ପାଗଳ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏବେ ସୁଦ୍ଧା ବିବାହ ନାଁ ଧରୁ ନ ଥିବା ଦବଙ୍ଗ ଖାନ ଏହା ମଧ୍ୟରେ ଜେଜ, ଅଜା ବି ହୋଇ ସାରିଲେଣି। ଆଉ ଖୋଦ ସଲମାନ ହିଁ ଏହି ରାଜର ଖୁଲାସା କରିଛନ୍ତି।

ସଲମାନଙ୍କ ଫିଲ୍ମ ‘ଭାରତ’ ଇଦ୍‌ ଅବସରରେ ଆଜି ରିଲିଜ ହେବ। ଏହି ଫିଲ୍ମରେ ସଲମାନଙ୍କ ସହ ନଜର ଆସିବେ କ୍ୟାଟ୍ରିନା। ଏହି ଫିଲ୍ମଟି ଦୀର୍ଘ ଦିନ ହେବ ଚର୍ଚ୍ଚାରେ ରହି ଆସିଥିବା ବେଳେ ଏହାକୁ ହିଟ୍‌ କରିବାକୁ କିଛି ବି ମଉକା ଛାଡି ନାହାନ୍ତି ଦବଙ୍ଗ ଖାନ। ସେଥିଲାଗି ସେ କ୍ୟାଟ୍ରିନାଙ୍କ ସହ ଜୋରସୋରରେ ଫିଲ୍ମର ପ୍ରମୋଶନରେ ଲାଗି ପଡିଛନ୍ତି।

ଏହି ଫିଲ୍ମର ପ୍ରମୋଶନ କରିବାକୁ ସଲମାନ ନିଜେ ପ୍ରଡ୍ୟୁସ୍‌ କରୁଥିବା କପିଲ ଶର୍ମାଙ୍କ ଶୋ’କୁ ମଧ୍ୟ ଯାଇଥିଲେ। ସେଠାରେ ସେ ଫିଲ୍ମ ବିଷୟରେ କଥା ହେବା ସହ ନିଜ ବ୍ୟକ୍ତିଗତ ଜୀବନର ବହୁ ରାଜ ମଧ୍ୟ ଖୋଲିଛନ୍ତି। କପିଲଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସଲମାନ କହିଲେ ଯେ, ଛୋଟ ପିଲାଙ୍କୁ ସେ ଖୁବ୍‌ ଭଲ ପାଆନ୍ତି। ସେମାନଙ୍କ ସହ ଖେଳିବାକୁ ଭଲ ପାଆନ୍ତି। ପୂର୍ବରୁ ସେ ମାମୁ, ଦାଦା ହୋଇ ସାରିଥିବା ସମସ୍ତେ ଜାଣିଛନ୍ତି।

ହେଲେ ସେ ଜେଜେ, ଅଜା ବି ହୋଇ ସାରିଥିବା ଖୁବ୍‌ କମ୍‌ ଲୋକ ଜାଣିଛନ୍ତି। ତାଙ୍କ ସମ୍ପର୍କୀୟମାନେ ତାଙ୍କଠୁ ବୟସର ବଡ ହୋଇଥିବାରୁ ସେମାନଙ୍କ ପିଲାଙ୍କ ପିଲାମାନେ ତାଙ୍କର ମଧ୍ୟ ନାତିନାତୁଣୀ। ଖୁବ୍‌ କମ୍‌ ଦିନରେ ସେ ଅଣଜେଜ ଓ ଅଣ ଅଜା ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ଖୋଦ ସଲମାନ । ଏହା ଶୁଣି ଶୋ’ରେ ଉପସ୍ଥିତ ସମସ୍ତେ ହସି ହସି ଗଡି ଯାଇଥିଲେ।



from Odisha Reporter http://bit.ly/2wEcRii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages