ମୋଦିଙ୍କ ଦ୍ୱିତୀୟ ସରକାରର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ବୈଠକ, ପ୍ରସ୍ତୁତ ହେବ ୧୦୦ ଦିନର ରୋଡମ୍ୟାପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 11, 2019

ମୋଦିଙ୍କ ଦ୍ୱିତୀୟ ସରକାରର ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ବୈଠକ, ପ୍ରସ୍ତୁତ ହେବ ୧୦୦ ଦିନର ରୋଡମ୍ୟାପ୍

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳଙ୍କ ବୈଠକ ବସିବ। ଏହି ବୈଠକରେ ନିର୍ବାଚନ ବେଳେ ଦଳ ଜାରି କରିଥିବା ଘୋଷଣାପତ୍ର କିଭଳି ପୂରଣ ହେବ ସେ ନେଇ ମନ୍ତ୍ରିମଣ୍ଡଳକୁ ଅବଗତ କରାଇବେ ପ୍ରଧାନମନ୍ତ୍ରୀ। ଏଥିସହ ୧୦୦ ଦିନର ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୋଦି କହିବେ। ବୈଠକରେ ରାଷ୍ଟ୍ରମନ୍ତ୍ରୀ ଓ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀଙ୍କ କାର୍ଯ୍ୟ ବାବଦରେ ମଧ୍ୟ ଆଲୋଚନା ହେବ। ଏହି ବୈଠକ ଅପରାହ୍ନ ୫ଟାରେ ବସିବା ଏହା ପୂର୍ବରୁ ଅପରାହ୍ନ ୪ଟାରେ କ୍ୟାବିନେଟ୍ ମିଟିଂ ବସିବ।
ଏହି କ୍ୟାବିନେଟ୍ ମିଟିଂରେ ବହୁଚର୍ଚ୍ଚିତ ତିନି ତଲାକ ବିଧେୟକ ବିଲ୍‌କୁ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ରହିଛି। ଗତ ଲୋକସଭାରେ ଏହି ବିଲ୍ ଲୋକସଭାରେ ପାସ୍ ହୋଇଥିବା ବେଳେ ରାଜ୍ୟସଭାରେ ପାସ୍ ହୋଇ ପାରିନଥିଲା। ତେଣୁ ଅନ୍ତିମ ଲୋକସଭା ଭାଙ୍ଗିବା ସହ ଏହି ଚର୍ଚ୍ଚିତ ତିନି ତଲାକ ବିଲର ଅବଧି ମଧ୍ୟ ଶେଷ ହୋଇଛି। ତେଣୁ ପୁଣିଥରେ ଏହି ବିଲ୍ ଲୋକସଭାରେ ନୂଆ ରୂପରେ ଆଗତ ହେବ ବୋଲି ଜଣାପଡ଼ିଛି।


from Odisha Reporter http://bit.ly/2XagsTQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages