ମୃତ୍ୟୁ ସହ ୧୦୯ ଘଣ୍ଟାର ଲଢ଼େଇ ପରେ ଶେଷରେ ବିଜୟୀ ହେଲା ୩ ବର୍ଷର ଛୋଟ ଛୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

ମୃତ୍ୟୁ ସହ ୧୦୯ ଘଣ୍ଟାର ଲଢ଼େଇ ପରେ ଶେଷରେ ବିଜୟୀ ହେଲା ୩ ବର୍ଷର ଛୋଟ ଛୁଆ

ଚଣ୍ଡିଗଡ: ମୃତ୍ୟୁ ସହ ୧୦୯ ଘଣ୍ଚାର ସଂଘର୍ଷ। ମୃତ୍ୟୁର ଦ୍ୱାରରୁ ବିଜୟୀ ହୋଇ ଫେରିଲା ୩ ବର୍ଷର ଶିଶୁ ଫତେହବୀର ସିଂହ। ଯେଉଁ ଜୁନ ୧୦ ତାରିଖରେ ଫତେହବୀର ଜନ୍ମ ଗ୍ରହଣ କରିଥିଲା। ସେହି ତାରିଖରେ ପୁଣିଥରେ ମୃତ୍ୟୁର ଦ୍ୱାରରୁ ବିଜୟୀ ହୋଇ ପୁଣି ଆଉ ଏକ ଜୀବନ ପାଇଛି। ଏନଡିଆରଏଫ୍ ଟିମ୍, ପୁଲିସର ମିଳିତ ନନଷ୍ଟପ ଅପରେସନ ଦ୍ୱାରା ୧୫୦ ଫୁଟ ବରଓ୍ୱେଲ ଗାତରୁ ଉଦ୍ଧାର ହୋଇଛି ଫତେହବୀର ସିଂହ। ଏବେ ଭାଟିଣ୍ଡା ହସ୍ପିଟାଲରେ ଏହି ୩ ବର୍ଷର ଛୋଟ ଛୁଆ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଗତ ସପ୍ତାହରେ ଗୁରୁବାର ଦିନ ପଞ୍ଜାବ ସଙ୍ଗରପୁର ଜିଲ୍ଲାରେ ୧୫୦ ଫୁଟ ବରଓ୍ୱେଲ ଭିତରକୁ ଖସିପଡ଼ିଥିଲା ଫତେହବୀର ସିଂହ। ଏହାପରେ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ସହଯୋଗରେ ଏନଡିଆରଏଫ୍ ଟିମ୍ ଓ ପୁଲିସ କର୍ମୀ ଦିନ ରାତି ଏକ କରି ଫତେହବୀରକୁ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଫଳରେ ୩ ବର୍ଷର ଶିଶୁ ଫତେହବୀର ଆଜି ନୂଆ ଜୀବନ ଫେରି ପାଇଛି।

ଚଳିତମାସ ୬ ତାରିଖ ଦିନ ଘର ପାଖରେ ଖେଳୁଥିବା ବେଳେ ଫତେବୀର ଅପରାହ୍ନ ୪ଟା ସମୟରେ ୧୫୦ ଫୁଟ୍ ବୋରଓ୍ୱେଲ ଭିତରକୁ ଖସି ପଡ଼ିଥିଲା। ବୋରଓ୍ୱେଲଟି ଖୋଳାଯିବା ପରେ ଏକ କପଡ଼ା ଜରିଆରେ ଘୋଡ଼ାଯାଇଥିଲା। ପରିଣାମ ସ୍ୱରୂପ ଖେଳୁଥିବା ବେଳେ ଜାଣିନପାରି ଫତେବୀର ଗାତ ଭିତରେ ଗୋଡ଼ ପକାଇ ଦେଇଥିଲା। ଘଟଣାସ୍ଥଳରେ ଫତେବୀରର ମାଆ ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ଉଦ୍ଧାର କରି ପାରିନଥିଲେ।

ଏହା ପରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ବରଓ୍ୱେଲ ଭିତରେ ଅମ୍ଳଜାନ ବଢ଼ାଇ ଦିଆଯିବା ସହିତ ଖାଦ୍ୟ ପଠାଉଥିଲେ ଉଦ୍ଧାରକାରୀ ଟିମ୍। ଜେସିବି ମେସିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ବୋରଓ୍ୱେଲ ପାଖ ସ୍ଥାନରେ ଖୋଳା ହୋଇ ଫତେହବୀର ପାଖରେ ପହଞ୍ଚିଥିଲେ ଉଦ୍ଧାରକାରୀ ଟିମ୍। ଗାତ ଭିତରେ ଖସିପଡ଼ିବାର ୪୦ ଘଣ୍ଟା ପରେ ଫତେହବୀର ପ୍ରଥମେ ଦେହ ହାତ ହଲାଇଥିଲା ବୋଲି ଜଣାପଡ଼ିଛି।

ଉଦ୍ଧାରକାରୀ ଟିମରେ ଏନଡିଆରଏଫର ୨୬ ଜଣ ସଦସ୍ୟ, ୨୪ ଘଣ୍ଟା ପାଇଁ ପର୍ଯ୍ୟାୟ କ୍ରମେ ସ୍ଥାନୀୟ ସରକାରୀ ଡାକ୍ତର, ଆମ୍ୱୁଲାନ୍ସ ଆଦି ଉପସ୍ଥିତ ଥିଲେ। ଫତେହବୀରର ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ଲୋକେ ଖ୍ୱାଜା ପୀରଙ୍କ ନିକଟରେ ମାନସିକ କରିଥିଲେ।

ସୂଚନାଯୋଗ୍ୟ ଯେ ୧୧ ବର୍ଷ ତଳେ ହରିଆଣାରେ ୪ ବର୍ଷର ଶିଶୁ ପ୍ରିନ୍ସ ୫୦ ଫୁଟ ଗଭୀର ବୋରୱେଲ ଗାତରେ ଖସିପଡିଥିଲା । ସେତେବେଳେ ପ୍ରିନ୍ସକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ସେହିପରି ଗତବର୍ଷ ଅନୁଗୁଳ ଜିଲ୍ଲାର ଗୋଳସାର ଗାଁରେ ମଧ୍ୟ ୩ ବର୍ଷର ଶିଶକନ୍ୟାକୁ ବୋରୱେଲରୁ ଉଦ୍ଧାର କରାଯାଇଥିଲା ।



from Odisha Reporter http://bit.ly/2I8sAwr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages