BMWରେ ତେଲ ପକାଇବା ପାଇଁ ଚୋରି କରୁଥିଲେ କୁକୁଡ଼ା, ବତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 10, 2019

BMWରେ ତେଲ ପକାଇବା ପାଇଁ ଚୋରି କରୁଥିଲେ କୁକୁଡ଼ା, ବତକ

ଚୀନ୍‌: ଚୀନର ଜଣେ ଧନୀ ଚାଷୀଙ୍କୁ BMW ଚଲାଇବାକୁ ବହୁତ ସଉକ୍‌ ଥିଲା। ଏଥିପାଇଁ ସେ ଏହି ଦାମିକା ଗାଡ଼ି ତ କିଣିଦେଲେ ହେଲେ ଅଧିକା ଦିନ ପର୍ଯ୍ୟନ୍ତ ଚଲାଇପାରିଲେ ନାହିଁ। କାହିଁକି ନା ସେହି ଗାଡ଼ି ପାଇଁ ପୁଲିସ୍‌ ତାଙ୍କୁ ଗିରଫ୍‌ କରିନେଲା। ଆପଣ ଭାବୁଥିବେ ସେ ସେହି ଗାଡ଼ି ଚୋରି କରି ଆଣିଥିବେ। ନା ଏପରି କିଛି ହୋଇନାହିଁ। ତାହାଲେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା।

ଚୀନ୍‌ରେ ରହୁଥିବା ଜଣେ ଧନୀ ଚାଷୀଙ୍କର BMW ଚଲାଇବାର ବହୁତ ସଉକ୍‌ ଥିଲା। ଏଥିପାଇଁ ସେ ୨ କୋଟି ଦେଇ ଗାଡ଼ି କିଣିଲେ। କିଛି ଦିନ ପର୍ଯ୍ୟନ୍ତ ବହୁତ ମଜା କଲେ। ଏହାପରେ ସେ ଗାଡ଼ିରେ ପେଟ୍ରୋଲ୍‌ ପକାଇ ପକାଇ ପୁରା ନୟାନ୍ତ ହୋଇଗଲେ। ଗାଡ଼ିରେ ପେଟ୍ରୋଲ୍‌ ପକାଇ ବୁଲିବା ନିଶା ତାଙ୍କୁ ଏତେ ହୋଇଯାଇଥିଲା ଯେ, ସେ ଆଖପାଖରେ ଥିବା ଫାର୍ମରୁ କୁକୁଡ଼ା ଏବଂ ବତକ ଚୋରି କରି ଗାଡ଼ିରେ ପେଟ୍ରୋଲ୍‌ ପକାଇଲେ। କିନ୍ତୁ ଚୋରି ତ ଚୋରି ହିଁ ହୋଇଥାଏ। ଏହି ଘଟଣାର ଖୋଳତାଡ କରି ପୁଲିସ୍‌ ତାଙ୍କୁ ଗିରଫ୍‌ କରିନେଲା।

ଚୀନ୍‌ର ସିଚୁଆନ୍‌ ନାମକ ସ୍ଥାନରେ ରହୁଥିବା ଏହି ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କୁ ପୁଲିସ୍‌ ଗିରଫ୍‌ କଲା ପରେ ସବୁ ସତ କଥା କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଗାଡ଼ିରେ ପେଟ୍ରୋଲ୍‌ ପକାଇବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରୁଥିଲି ଏବଂ ପରେ ତାକୁ ବିକ୍ରି କରି ଗାଡ଼ିରେ ତେଲ ପକାଉଥିଲି।

ରିପୋର୍ଟ ଅନୁସାରେ, ବ୍ୟକ୍ତିଜଣକ  ବାଇକ୍‌ରେ ବତକ ଏବଂ କୁକୁଡ଼ା ଚୋରି କରୁଥିଲେ। ଯେଉଁଠିବି ସେ ଧରା ପଡ଼ୁଥିଲେ ତାହା ମୋର କହି ରକ୍ଷା ପାଇ ଯାଉଥିଲେ । ଯେତେବଳେ ପୁଲିସ୍‌ ଗାଁର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଦେଖିଲା, ଏହି ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ୍‌ ନିଜ ଘରୁ ବ୍ୟକ୍ତିଙ୍କୁ ଗିରଫ୍‌ କରିବା ସହ ବାଇକ୍‌, BMW, ବତକ ଏବଂ କୁକୁଡ଼ା ମଧ୍ୟ ଜବତ କରିଛି।



from Odisha Reporter http://bit.ly/2XCXPVN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages