ବିଶ୍ଵକପ: ଜିତିବା ପାଇଁ ନାକେଦମ ହେଲା ନ୍ୟୁଜିଲ୍ୟାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 5, 2019

ବିଶ୍ଵକପ: ଜିତିବା ପାଇଁ ନାକେଦମ ହେଲା ନ୍ୟୁଜିଲ୍ୟାଣ୍ଡ

ଲଣ୍ଡନ: ମ୍ୟାଚ ହାରି ମଧ୍ୟ ଦିଲ୍ ଜିତିଲା ବାଂଲାଦେଶ। ଲଣ୍ଡନରେ ଚାଲିଥିବା ଆଇସିସି ବିଶ୍ୱକପର ନବମ ମ୍ୟାଚରେ ଗତକାଲି ବହୁ କଷ୍ଟରେ ବାଂଲାଦେଶକୁ ହରାଇବାରେ ସକ୍ଷମ ହୋଇଛି ନ୍ୟୁଜିଲ୍ୟାଣ୍ଡ। ଲଣ୍ଡନର ଦି ଓଭାଲରେ ଖେଳାଯାଇଥିବା ମ୍ୟାଚରେ ୨ ଓ୍ୱିକେଟରେ ଜିତିଛି ନ୍ୟୁଜିଲ୍ୟାଣ୍ଡ। ଏହି ମ୍ୟାଚ ଜିତି ନ୍ୟୁଜିଲ୍ୟାଣ୍ଡ ୨ଟି ମ୍ୟାଚରୁ ୨ ଟି ଯାକ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି।

ଗତକାଲି ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ୨ଟି ବଲରେ ୨୪୪ ରନ କରି ଅଲଆଉଟ ହୋଇଥିଲା। ବାଂଲାଦେଶ ପକ୍ଷରୁ ଶକିବ ଅଲ ହସନ ୬୮ ବଲରେ ୬୪ ରନ କରିଥିଲେ। ଏହାପରେ ଦଳ ପକ୍ଷରୁ ମହମଦ ସୈଫୁଦ୍ଦିନ ୨୯, ମହମଦ ମିଥୁନ ୨୬, ସୌମ୍ୟ ସରକାର ୨୫, ତମିମ ଇକବାଲ ୨୪ ଏବଂ ମହମୁଦଲ୍ଲା ୨୦ ରନ କରିଥିଲେ।

ଏହାପରେ ୨୪୫ ରନ ଟାର୍ଗେଟକୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡ ୪୭ ଓଭର ଗୋଟିଏ ବଲରେ ୮ ଓ୍ୱିକେଟ ହରାଇ ୨୪୮ ରନ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସର୍ବାଧିକ ୮୨ ରନ କରି ରସ ଟେଲର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ମାର୍ଟିନ ଗପ୍ଟିଲ ୨୫, କଲିନ ମନରୋ ୨୪, ଜେ ନିସାମ ୨୫ ରନ କରିଥିଲେ।



from Odisha Reporter http://bit.ly/2wAszuE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages