ସାନ ଭାଇକୁ ମାରି ବନ୍ଧା ହେଲେ ସ୍ରଷ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 8, 2019

ସାନ ଭାଇକୁ ମାରି ବନ୍ଧା ହେଲେ ସ୍ରଷ୍ଟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅତଳାଗଡ଼ରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାମୁନ ଓରଫ ସ୍ରଷ୍ଟା ରାଉତରାୟକୁ ପୁଲିସ୍‌ ଗିରଫ କରିଛି।

ଆଜି ସକାଳେ କଟକର ଫୁଲନଖରା ଅଞ୍ଚଳରୁ ସ୍ରଷ୍ଟାକୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳରୁ ସ୍ରଷ୍ଟା ତାଙ୍କ ସାନଭାଇ ପ୍ରୀତମକୁ ହତ୍ୟା କରିଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ୍ ଆଧାରରେ ସ୍ରଷ୍ଟାଙ୍କୁ ଚିହ୍ନଟ କରାଯାଇଥିଲା। ଏହାପରେ ପୁଲିସ ତାକୁ ଖୋଜିଥିଲା।

ଦିନ ଦି‘ପହରରେ ସେ ଏ ହତ୍ୟା କରିଥିଲେ। ବହୁ ଲୋକ ଏ ଜଘନ୍ୟ ହତ୍ୟାକାଣ୍ଡ ଦେଖିଥିଲେ ବି କେହି ତାଙ୍କୁ ଅଟକାଇବାକୁ ସାହସ ଜୁଟାଇ ପାରି ନଥିଲେ। ଏମିତି କି ତାଙ୍କ ଉଗ୍ରରୂପ ଦେଖି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ମଧ୍ୟ ଡରି ଲୁଚି ଯାଇଥିଲେ। ଏକ ଧାରୁଆ ଅସ୍ତ୍ରରେ ସେ ତାଙ୍କ ସାନ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ। ତା’ପରେ ସେଥିରେ ଲାଗିଥିବା ରକ୍ତକୁ ଗାମୁଛାରେ ପୋଛି ସେଠାରୁ ପଳାଇଥିଲେ। ଏ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା।

ସ୍ରଷ୍ଟାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ହରିପୁର ଗାଁରେ। ହେଲେ ସେ ତାଙ୍କ ପତ୍ନୀ, ବାପା ଓ ଭାଇଙ୍କ ସହିତ ୩ ବର୍ଷ ହେଲା ପଞ୍ଚମୁଖୀ ଆପାର୍ଟମେଣ୍ଟରେ ଭଡ଼ାରେ ରହୁଥିଲେ। ଦୁଇ ଭାଇ ଏକାଠି ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା ଓ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2XAiVnI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages