ଲିପଷ୍ଟିକ୍‌ ଲଗାଇବା ସମୟରେ ଏ ସବୁ ଭୁଲ କରନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 4, 2019

ଲିପଷ୍ଟିକ୍‌ ଲଗାଇବା ସମୟରେ ଏ ସବୁ ଭୁଲ କରନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରତ୍ୟେକ ମହିଳାଙ୍କ ବ୍ୟାଗରେ ମେକଅପ୍‌ କିଟ୍‌ ଥାଉ କି ନଥାଉ, ଲିପଷ୍ଟିକ ରହିଥାଏ। ଲିପଷ୍ଟିକ ଲଗାଇବା ଦ୍ୱାରା ମହିଳା ହୁଅନ୍ତୁ କିମ୍ୱା ଯୁବତୀ ଅଧିକ ସୁନ୍ଦର ଦେଖା ଯାଇଥାନ୍ତି। ସେଥିପାଇଁ ମହିଳାମାନେ ନିଜ ମେକଅପ୍‌ କିଟ୍‌ରେ ଲିପଷ୍ଟିକକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି।

କିନ୍ତୁ ଏହାକୁ ଯଦି ଠିକ୍‌ ଭାବରେ ଓଠରେ ଲଗାନଯାଏ, ତେବେ ଏହା ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। । ଜାଣନ୍ତୁ,ଲିପଷ୍ଟିକ୍‍ ଲଗାଇବା ସମୟରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।

୧. ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଧ୍ୟାନ ଦେବେ ଯେ, ଆପଣଙ୍କ ଓଠ ଫାଟି ନାହିଁ ତ, କାରଣ ଓଠ ଫାଟିଥିଲେ ଏହା ଲଗାଇବା ଦ୍ୱାରା ତାହା  ଠିକ୍‌ ଦେଖାଯାଏ ନାହିଁ।  ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଓଠରେ ଲିପବାମ୍‍ କିମ୍ବା ଗ୍ଲିସେରିନ ଲଗାଇ ଏହା ପରେ ଲିପଷ୍ଟିକ୍‍ ଲଗାନ୍ତୁ।

୨. ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଲିପ୍‍ ଲାଇନର ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠକୁ ଏକ ନିର୍ଦ୍ଦିଷ୍ଟ ଆକାର ମିଳିଥାଏ। ଲିପଷ୍ଟିକ୍‍ ଲଗାଇବା ପରେ ଓଠ ସହ ମୁହଁ ଖୁବ ସୁନ୍ଦର ଦେଖାଯାଏ।

୩. ଆପଣଙ୍କ ମୁହଁକୁ ମ୍ୟାଚ୍‍ କରିବା ଭଳି ଲିପଷ୍ଟିକ୍‍ କିଣନ୍ତୁ। ଲିପଷ୍ଟିକ ଲଗାଇବା ସମୟରେ ଗୋଟିଏ କୋଟ୍‌ରେ ଏହା ହାଲ୍‌କା ହୋଇ ଯାଇଥାଏ, ଏଥିପାଇଁ ଯେବେ ବି ଲିପଷ୍ଟିକ ଲଗାଉଛନ୍ତି, ଦୁଇରୁ ତିନୋଟି କୋଟ୍‌ ଲଗାନ୍ତୁ।

୪. ପ୍ରଥମେ ଲିପଷ୍ଟିକ୍‍ ଲଗାଇବା ପରେ ହାଲକାରେ ସାମାନ୍ୟ ପାଉଡ଼ର ଓଠରେ ଲଗାଇ ପୁଣି ଏହା ଉପରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠରେ ଅଧିକ ସମୟ ଲିପଷ୍ଟିକ ରହିବା ସହ ସୁନ୍ଦର ମଧ୍ୟ ଦେଖାଯାଏ।



from Odisha Reporter https://ift.tt/2RSu41f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages