କୋଲକତା: ପଶ୍ଚିମବଙ୍ଗ ଅଭିନେତ୍ରୀ ତଥା ଟିଏମ୍ସି ସାଂସଦ ନୁସରତ୍ ଜହାଁ ଗୁରୁବାର ରାତିରେ କୋଲକତାରେ ଗ୍ରାଣ୍ଡ ରିସେପସନ୍ ପାର୍ଟିର ଆୟୋଜନ କରିଥିଲେ। ରିସେପସନ କୋଲକତାର ଆଇଟିସି ରୟାଲରେ ହୋଇଥିଲା। ଏହି ଗ୍ରାଣ୍ଡ ପାର୍ଟିରେ ସିନେ ଜଗତ ସମେତ, ବ୍ୟାପାର ଜଗତର ବଡ଼ ବଡ଼ ହସ୍ତୀ ଓ ରାଜନେତାମାନେ ଉପସ୍ଥିତ ଥିଲେ।
ରିସେପସନ ପାର୍ଟିରେ ନୁସରତ୍ଙ୍କ ଟ୍ରାଡିସନାଲ ଲୁକ୍ ଖୁବ୍ ଷ୍ଟନିଂ ଲାଗୁଥିଲା। ମେରୁନ କଲରର ଭେଲଭେଟ ଲେହେଙ୍ଗାରେ ସେ ପରୀ ଭଳି ଦେଖାଯାଉଥିଲେ। ଏଥିସହ ବ୍ରାଇଡାଲ ଲୁକ୍କୁ ପୂରା କରିବାକୁ ସେ ହାତରେ ଲାଲ ଚୁଡ଼ା, ହେବି ଜୁଏଲାରୀ, କମ୍ ମେକଅପ୍ ନେଇଥିଲେ। ଏଥିସହ ବେକରେ ମଙ୍ଗଳସୂତ୍ର ବି ପିନ୍ଧିଥିଲେ। ନୁସରତ୍ଙ୍କ ଲେହେଙ୍ଗା ସବ୍ୟସାଚୀ ଡିଜାଇନ କରିଥିଲେ। ସେ ପିନ୍ଧିଥିବା ନୋଜ ରିଙ୍ଗ ବି ଖୁବ୍ ଗର୍ଜିଅସ୍ ଲାଗୁଥିଲା।
ନୁସରତ୍ଙ୍କ ଲେହେଙ୍ଗାକୁ ମ୍ୟାଚ କରି ତାଙ୍କ ସ୍ୱାମୀ ନିଖିଲ ମଧ୍ୟ ବ୍ଲାକ କଲରର ହେଭି କାମ ଥିବା ଶେରୱାନି ପିନ୍ଧି ହ୍ୟାଣ୍ଡସମ୍ ଲାଗୁଥିଲେ। ଉଭୟଙ୍କ ଯୋଡ଼ି ମ୍ୟାଚ କରୁଥିବା ବେଳେ ଉଭୟ ଖୁବ୍ ସୁନ୍ଦର ଲାଗୁଥିଲେ।
ଏହି ପାର୍ଟିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚିଥିଲେ। ସେହିପରି ଟିଏମ୍ସି ସାଂସଦ ତଥା ନୁସରତ୍ଙ୍କ ଖାସ୍ ବନ୍ଧୁ ମିମି ଚର୍କବର୍ତ୍ତୀ ମଧ୍ୟ ପାର୍ଟିରେ ଖୁବ୍ ସୁନ୍ଦର ଲାଗୁଥିଲେ। ରିସେପେସନରେ ଇଟାଲିୟାନ ଓ ବେଙ୍ଗଲିର ଖାସ୍ ଖାସ୍ ଭେଜ, ନନଭେଜ ଡିସ୍ ତଥା ଭଳିକି ଭଳି ମିଠାରେ ଅତିଥିଙ୍କୁ ଆପାୟିତ କରାଯାଇଥିଲା। ନୁସରତ୍ଙ୍କ ଶ୍ୱଶୁର ଘର ଲୋକେ ଜୈନ ଧର୍ମାବଲମ୍ୱୀ ହୋଇଥିବାରୁ ସେମାନଙ୍କ ଲାଗି ସ୍ୱତନ୍ତ୍ର ଭେଜ ଡିସ୍ର ବ୍ୟବସ୍ଥା କରାଯାଇଥିଲା। ଜୁନ ୧୯ ତାରିଖରେ ପଶ୍ଚିମବଙ୍ଗର ବ୍ୟବସାୟୀ ନିଖିଳ ଜୈନଙ୍କୁ ନୁସରତ୍ ତୁର୍କୀରେ ବିବାହ କରିଥିଲେ।
from Odisha Reporter https://ift.tt/2XtR4cM
No comments:
Post a Comment