କାନରୁ ରକ୍ତ ବାହାରୁଥିଲା, କିନ୍ତୁ ନାଚ ବନ୍ଦ କରି ନଥିଲେ ଐଶ୍ୱର୍ଯ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 13, 2019

କାନରୁ ରକ୍ତ ବାହାରୁଥିଲା, କିନ୍ତୁ ନାଚ ବନ୍ଦ କରି ନଥିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ନାଚୁ ଥିଲେ। ଏହି ସମୟରେ ତାଙ୍କ କାନରୁ ରକ୍ତ ବାହାରିଥିଲା। ତେବେ ସେ ନୃତ୍ୟ ବନ୍ଦ କରି ନଥିଲେ। ଶୁଟିଂ ଶେଷ ହେବା ପରେ ବି ସେ ଏ କଥା କାହାକୁ ଜଣାଇ ନଥିଲେ। ତେବେ ପଛରେ ଏ ବିଷୟରେ ଜଣାପଡ଼ିଥିଲା। ଘଟଣାଟି ହେଉଛି ୧୭ ବର୍ଷ ତଳର, ଯେତେବେଳେ ‘ଦେବଦାସ’ ଫିଲ୍ମର ଶୁଟିଂ ଚାଲିଥିଲା।

ଏହି ଫିଲ୍ମରେ ‘ଡୋଲା ରେ ଡୋଲା’ରେ ବୋଲି ଗୀତଟିଏ ଅଛି, ଯାହା ଖୁବ୍‌ ପ୍ରସିଦ୍ଧ। ଏହି ଗୀତରେ ନୃତ୍ୟ କରିଥିଲେ ଐଶ୍ୱର୍ଯ୍ୟା ଓ ମାଧୁରୀ ଦୀକ୍ଷିତ। ତେବେ ଆପଣମାନେ ପଚାରିବେ, ଐଶ୍ୱର୍ଯ୍ୟାଙ୍କ କାନରୁ କାହିଁକି ରକ୍ତ ବାହାରିଲା? ଏହି ଗୀତ ଶୁଟ୍ ବେଳେ ସେ ଖୁବ୍‌ ଓଜନିଆ ଇୟରରିଙ୍ଗ୍ସ ପିନ୍ଧିଥିଲେ। ସେଥିପାଇଁ କାନରୁ ରକ୍ତ ବାହାରିଥିଲା ବୋଲି ଜଣାପଡ଼ିଥିଲା।

ସଞ୍ଜୟ ଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଶାହାରୁଖ୍ ଖାନ୍, ମାଧୁରୀ ଦୀକ୍ଷିତ ଓ ଐଶ୍ୱର୍ଯ୍ୟା ରାୟ ଅଭିନୀତ ‘ଦେବଦାସ’ ଫିଲ୍ମକୁ ଚଳିତ ମାସରେ ୧୭ ବର୍ଷ ପୂରିଛି। ୨୦୦୨ ଜୁଲାଇ ୧୨ ତାରିଖରେ ଏ ଫିଲ୍ମ ରିଲିଜ୍ ହୋଇଥିଲା। ସେତେବେଳେ ଏହି ଫିଲ୍ମର ବଜେଟ୍ ୫୦ କୋଟି ଟଙ୍କା ଥିଲା। ଫିଲ୍ମର ସେଟ୍‌ ନିର୍ମାଣ କେବଳ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିଭଳି ଏଥିରେ ମାଧୁରୀ ଓ ଐଶ୍ୱର୍ଯ୍ୟାଙ୍କ ପ୍ରତିଟି ପୋଷାକର ମୂଲ୍ୟ ପାଖାପାଖି ୧୦ ରୁ ୧୫ ଲକ୍ଷ ଟଙ୍କା ଥିଲା।

ଏହି ଫିଲ୍ମ ପାଇଁ ୪୨ଟି ଜେନେରେଟର୍‌ ବ୍ୟବହାର କରାଯାଇଥିଲା। ଫିଲ୍ମରେ ମୋଟ ୨,୫୦୦ ଲାଇଟ୍ ବ୍ୟବହାର କରାଯାଇଥିଲା। ୭୦୦ ଲାଇଟ୍ ମ୍ୟାନ୍‌ଙ୍କ ସହିତ ଶତାଧିକ ଜୁନିୟର ଆର୍ଟିଷ୍ଟ ମଧ୍ୟ ଏଥିରେ କାମ କରିଥିଲେ।



from Odisha Reporter https://ift.tt/2JH4qsA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages