ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା। ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଆସନ୍ତାକାଲି ଠାରୁ ପୁଣି ରାଜ୍ୟରେ ବର୍ଷା ପରିମାଣ କମିବ। ତେବେ ୩ରୁ୪ ଦିନ ପରେ ବର୍ଷାର ପରିମାଣ ବଢ଼ିବ।
ଶ୍ରୀ ବିଶ୍ୱାସ ଆହୁରି କହିଛନ୍ତି, ସାରା ଦେଶକୁ ମୌସୁମୀ ବାୟୁ ଛୁଇଁଛି। ଦେଶର ସବୁ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି। ତେବେ ଚିନ୍ତାର ବିଷୟ ହେଉଛି, ରାଜ୍ୟରେ ମୌସୁମୀ ଯୋଗୁ ଯେତେ ପରିମାଣରେ ବର୍ଷା ହେବା କଥା ତାହା ହୋଇନି। ମୌସୁମୀ ଆସିବା ପରଠାରୁ ଏଥିରେ କୌଣସି ସୁଧାର ଆସିନି।
from Odisha Reporter https://ift.tt/2O3Tuuo
No comments:
Post a Comment