ନୂଆଦିଲ୍ଲୀ: ବିଶ୍ୱକପ୍ ସରି ଯାଇଥିବା ବେଳେ ଏବେ ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନି ଅବସର ନେବେ ନା ନାହିଁ, ସେ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ସେହିପରି ଆସନ୍ତା ୱେଷ୍ଟଇଣ୍ଡିଜ୍ ଗସ୍ତ ନେଇ ତାଙ୍କୁ ଟିମ୍ରେ ସାମିଲ କରାଯିବ ନା ନାହିଁ, ସେ ନେଇ ବି ଖୁବ୍ ଆଲୋଚନା ଚାଲିଛି। ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ ନେଇ ଜୁଲାଇ ୧୯ ତାରିଖରେ ଚୟନ କମିଟି ବୈଠକ ବସୁଥିବା ବେଳେ ଧୋନିଙ୍କ ବାପାମା’ ଚାହୁଁଛନ୍ତି ଏବେ ସେ କ୍ରିକେଟ୍ ଛାଡ଼ି ଦିଅନ୍ତୁ ଓ ସେମାନଙ୍କ ସହିତ ଆସି ରାଞ୍ଚିରେ ରୁହନ୍ତୁ। ଧୋନିଙ୍କ ଛୁଆ ବେଳର କୋଚ୍ କେଶବ ବାନାର୍ଜୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ରବିବାର ଦିନ ମୁଁ ଧୋନିଙ୍କ ଘରକୁ ଯାଇଥିଲି ଓ ତାଙ୍କ ବାପାମା’ଙ୍କ ସହିତ କଥା ହୋଇଥିଲି। ସେମାନେ କହିଥିଲେ ଯେ ଧୋନି ଏବେ କ୍ରିକେଟ୍ ଛାଡ଼ିଦେବା ଉଚିତ୍। ମୁଁ ମନା କରିଥିଲି ଓ କହିଥିଲି ସେ ଆଉ ବର୍ଷେ ଖେଳିବା ଉଚିତ୍। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ସେ କ୍ରିକେଟ୍ ଛାଡ଼ିବା ଭଲ ହେବ। କିନ୍ତୁ ସେମାନେ ମୋ ସହିତ ଏକମତ ହୋଇ ନଥିଲେ ଓ ବିରୋଧ କରି କହିଥିଲେ କିଏ ତା’ର ଏତେ ବଡ଼ ଘରର ଯତ୍ନ ନେବ। ତା’ପରେ ମୁଁ ସେମାନଙ୍କୁ ବୁଝାଇଥିଲି ଯେ, ଆପଣମାନେ ଏତେ ବର୍ଷ ତାଙ୍କ ଘରର ଯତ୍ନ ନେଲେ, ଆଉ ବର୍ଷେ ଅପେକ୍ଷା କରନ୍ତୁ।”
ସୂଚନାଯୋଗ୍ୟ, ଧୋନିଙ୍କ ନିକଟରେ ଥିବା କ୍ରିକେଟ୍ ଦକ୍ଷତାକୁ ପ୍ରଥମେ କୋଚ୍ କେଶବ ବାନାର୍ଜୀ ହିଁ ଅନୁଭବ କରିଥିଲେ। ସେ ହିଁ ତାଙ୍କୁ ଫୁଲ୍ବଲ୍ର ଗୋଲ୍କିପରରୁ କ୍ରିକେଟ୍ର ୱିକେଟ୍ କିପରରେ ପରିବର୍ତ୍ତନ କରିଥିଲେ।
ଏଥର ପୂରା ବିଶ୍ୱକପ୍ରେ ସମସ୍ତଙ୍କ ନଜର ଧୋନିଙ୍କ ଉପରେ ଥିଲା। ସେ ୮ଟି ଇନିଂସ୍ରୁ ୨୭୩ ରନ୍ କରିଥିଲେ। ଭାରତର ଯେକୌଣସି ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଏହା ଥିଲା ସର୍ବାଧିକ ବ୍ୟକ୍ତିକର ସ୍କୋର। ତଥାପି ତାଙ୍କର ବ୍ୟାଟିଂ ଉପରେ ଅନେକ ପ୍ରଶ୍ନ ଉଠିଛି। କାରଣ ସେ ବହୁତ ଧିମା ଖେଳିଥିଲେ। ସ୍ପିନରଙ୍କ ବିପକ୍ଷରେ ସେ ସଂଘର୍ଷ କରିଥିଲେ।
from Odisha Reporter https://ift.tt/2Jzh6CR
No comments:
Post a Comment