ମୁମ୍ବାଇ: ସାମ୍ବାଦିକଙ୍କ ଉପରେ ପୁରୁଣା ରାଗ ଶୁଝାଇବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପାଇଁ ଭାରି ପଡ଼ିଛି। କାରଣ ତାଙ୍କର ସେହି ବ୍ୟବହାର ପରେ ତାଙ୍କର ଆଗାମୀ ଫିଲ୍ମ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’କୁ ସିନେ ସାମ୍ବାଦିକମାନେ ବୟକଟ୍ କରିଛନ୍ତି। ଏ ଫିଲ୍ମକୁ ମିଡିଆ କଭରେଜ୍ ଦିଆଯିବ ନାହିଁ ବୋଲି ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ନିଷ୍ପତ୍ତି ନେଇଛି। ଏହା ସହ କଙ୍ଗନାଙ୍କୁ ମଧ୍ୟ ମିଡିଆ କଭରେଜ୍ ଦିଆ ନ ଯିବାକୁ ନିଷ୍ପତ୍ତି ହୋଇଛି।
ଏନେଇ ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁରଙ୍କ ନିକଟକୁ ଏକ ଚିଠି ପଠାଯାଇଛି ଓ ଉକ୍ତ ଘଟଣାକୁ ନିନ୍ଦା କରି ସର୍ବସାଧାରଣଙ୍କୁ ଅବଗତ କରାଇବା ପାଇଁ ଦାବି କରାଯାଇଛି। ବିଶେଷ କରି କଙ୍ଗନାଙ୍କ ବ୍ୟବହାରକୁ ନିନ୍ଦା କରିବାକୁ ଦାବି କରାଯାଇଛି। ଏ ଘଟଣା ପାଇଁ କଙ୍ଗନା ବି କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି। ଏହା ସହିତ ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ପକ୍ଷରୁ ଏହି ଚିଠିରେ ଏକତାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି,“ଯଦି ଆପଣ ଆମକୁ ସମର୍ଥନ କରିବେ, ତା’ହେଲେ ଆମେ ଆପଣଙ୍କ ଫିଲ୍ମକୁ ସମର୍ଥନ କରିବୁ।” ସୂଚନାଯୋଗ୍ୟ, ସେଦିନ ଉକ୍ତ ଘଟଣା ଘଟିବା ବେଳେ ଏକତା କପୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
Entertainment Journalists' Guild of India boycotts Kangana Ranaut, decides to "not give her any media coverage" over an incident where she accused a journalist of running a "smear campaign" against her at a song launch event of movie 'Judgementall Hai Kya'. pic.twitter.com/ysOOV5KYrE
— ANI (@ANI) July 9, 2019
କିଛି ଦିନ ତଳେ କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ଜଜ୍ମେଣ୍ଟାଲ୍ ହୈ କ୍ୟା’ର ଏକ ଗୀତ ଲଞ୍ଚ ହୋଇଥିଲା। ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା। ଏଥିରେ ଜଣେ ସାମ୍ବାଦିକଙ୍କୁ ଦେଖି କଙ୍ଗନା ଫିଡ଼ିକି ଯାଇଥିଲେ। ସେ ପ୍ରଶ୍ନ ପଚାରିବା ମାତ୍ରେ କଙ୍ଗନା ତାଙ୍କ ଉପରେ ପୁରୁଣା ରାଗ ଶୁଝାଇବାକୁ ଯାଇ ଖୁବ୍ ବର୍ଷିଥିଲେ। କାରଣ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ଉକ୍ତ ସାମ୍ବାଦିକ ଯାହା ଲେଖିଥିଲେ, ତାହା ତାଙ୍କୁ ପସନ୍ଦ ଆସି ନଥିଲା।
#KanganaRanaut agr aap ksi kly Ulta seedha bolte ho Justin to koi aap se swal bhi na kre wah double standard hypocrite tum kch bhi kehdo use or wo actress hone ki wja se kch bhi na bole she is warrior she's not fake Girl like some Actress bologe to sono gey pic.twitter.com/hntxDAG7px
— Suhana KK (@SuhanaKK) July 7, 2019
ପରେ ଉକ୍ତ ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା। ଏ ଘଟଣା ନେଇ କଙ୍ଗନାଙ୍କ ଭଉଣୀ ଟ୍ୱିଟ୍ରେ ଦେଇଥିବା ମନ୍ତବ୍ୟକୁ ମଧ୍ୟ ‘ଏଣ୍ଟରଟେନ୍ମେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ନାପସନ୍ଦ କରିଛି।
Ek baat ka main vaada karti hoon, Kangana se apology toh nahin milegi, in bikau, nange, deshdrohi, desh ke dalal, libtard mediawalon ko, magar woh tumko dho dho kar sidha zaroor karegi … just wait and watch, tumne galat insaan se maafi mangi hai … 🙏 pic.twitter.com/gm8UvupO3S
— Rangoli Chandel (@Rangoli_A) July 9, 2019
from Odisha Reporter https://ift.tt/30qVuhy
No comments:
Post a Comment