କୋର୍ଣାକ (ସଞ୍ଜୟ ପତି): ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ଲିଆଖିଆ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା।
ମୃତ ଯୁବକଙ୍କ ନାଁ ଉମାଶଙ୍କର ରାୟ। ତାଙ୍କ ଘର ପୁରୀ ତଳମାଳି ସାହିରେ। ଏହି ଦୁର୍ଘଟଣାରେ ଜଣେ ଯୁବତୀ ମଧ୍ୟ ଆହତ ହୋଇଛନ୍ତି। ସେ ଉମାଶଙ୍କରଙ୍କ ବାନ୍ଧବୀ ବୋଲି ଜଣାପଡ଼ିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁହେଁ ଏକ ପଲ୍ସରରେ କୋଣାର୍କ ବୁଲି ଫେରୁଥିଲେ। ଏହି ସମୟରେ ପୁରୀରୁ ଆସୁଥିବା ଏକ ସ୍କର୍ପିଓ ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଫଳରେ ଗାଡ଼ି ସହିତ ଉଭୟ ଉମାଶଙ୍କର ଓ ତାଙ୍କ ବାନ୍ଧବୀ ପଡ଼ି ଯାଇଥିଲେ। ଏହା ପରେ ସ୍କର୍ପିଓଟି ଉମାଶଙ୍କରଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା।
କୋଣାର୍କ ଅଗ୍ନିଶମ ବିଭାଗ କର୍ମଚାରୀ ଓ ରାମଚଣ୍ଡୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ଓ ଗୁରୁତର ଯୁବତୀଙ୍କ ଉଦ୍ଧାର କରିଥିଲେ।
from Odisha Reporter https://ift.tt/30qq2Qu
No comments:
Post a Comment