ନୂଆଦିଲ୍ଲୀ: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ରାଜ୍ୟସଭା ସାଂସଦ ଅମର ସିଂହ ବଚ୍ଚନ ପରିବାର ଉପରେ ବର୍ଷିଛନ୍ତି। ବଲିଉଡ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟିର ରାଜ୍ୟସଭା ସାଂସଦ ଜୟା ବଚ୍ଚନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଛନ୍ତି ଅମର ସିଂହ। ଫେସବୁକରେ ନିଜ ଆକାଉଣ୍ଟରୁ ଏକ ଭିଡିଓ ଜାରି୍ କରି ଜୟା ବଚ୍ଚନ, ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ ଏବଂ ଐଶ୍ୟର୍ଯ୍ୟା ରାୟଙ୍କ ଉପରେ କଡ଼ା ଟିପ୍ପଣୀ ଦେଇଛନ୍ତି ଅମର ସିଂହ।
ଭିଡିଓରେ ଅମର ସାଂସଦ ଜୟା ବଚ୍ଚନଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଦେଶରେ ଏକ ଅଜବ ମାହୋଲ ସୃଷ୍ଟି ହୋଇଛି। ଗତକାଲି ଯିଏ ରାଜ୍ୟସଭାରେ ମୋର ବନ୍ଧୁ ଥିଲେ ଏବେ ସେ ଆଉ ବନ୍ଧୁ ହୋଇ ରହି ନାହାନ୍ତି। ଗୃହରେ ସେ କହୁଥିଲେ ନ୍ୟାୟ ପାଇଁ ମହିଳାଙ୍କ ଆନ୍ଦୋଳନକୁ ଆପଣ ରୋକି ପାରିବେ ନାହିଁ। ଅଶ୍ଳୀଳ ଭିଡିଓ କିମ୍ୱା ଫିଲ୍ମରେ ଖରାପ ଦୃଶ୍ୟ ଯଦି ଆସୁଛି ତାହେଲେ ଆପଣଙ୍କ ପାଖରେ ରିମୋଟ ରହିଛି, ଆପଣ ରିମୋଟ ଟିପି ଦିଅନ୍ତୁ, ସବୁ ଠିକ୍ ହୋଇଯିବ। ଏମିତିକି ତାଙ୍କର ମଧ୍ୟ ଝିଅ ଅଛି ବୋଲି ସେ କହିଥିଲେ।
ଅମର ସିଂହ ଆହୁରି କହିଛନ୍ତି ଯେ. ଆପଣ ଜଣେ ମା ଓ ପତ୍ନୀ। ମା ଏବଂ ପତ୍ନୀ ହାତରେ ସାମାଜିକ ରିମୋଟ ରହିଛି। ଆପଣ ଆପଣଙ୍କ ସ୍ୱାମୀଙ୍କୁ ‘ଜୁମ୍ମା ଚୁମ୍ମା’ ନ ଦେବାକୁ କାହିଁକି କହୁ ନାହାନ୍ତି? ବର୍ଷାରେ ଭିଜି ଭିଜି ହିରୋଇନ ସହ ରୋମାନ୍ସ ନ କରିବାକୁ। ଏହାପରେ ଜୟାଙ୍କ ବୋହୂ ଏଶ୍ୱର୍ଯ୍ୟାଙ୍କୁ ନେଇ ଅମର ସିଂହ କହିଛନ୍ତି, ନିକଟରେ ରିଲିଜ୍ ହୋଇଥିବା ‘ଏ ଦିଲ୍ ହେ ମୁଶକିଲ’ ଫିଲ୍ମରେ ଯେଉଁ ସିନ୍ ଦେଇଛନ୍ତି, ତାହା ଆଉ ସେ ନକରନ୍ତୁ। ସେହିଭଳି ଜୟାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କୁ ନେଇ ଅମର ସିଂହ କହିଛନ୍ତି ‘ଧୁମ୍’ ଫିଲ୍ମରେ ହିରୋଇନ୍ ନଗ୍ନ ଅବସ୍ଥାରେ ଦେଖା ଦେଉଛି। ଏଭଳି ଦୃଶ୍ୟ ଯୁବ ସମାଜ ଉପରେ କି ପ୍ରଭାବ ପକାଇବ? ତେଣୁ ସେ ଏଭଳି ଫିଲ୍ମ ନ କରିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଛନ୍ତି।
ପୂର୍ବରୁ ଆପଣ ଭାଷଣ ଦେଉଥିଲେ ସଂସଦରେ। ଏବେ ମୁକ ବଧିର ପାଲଟିଯାଇଛନ୍ତି ବୋଲି ଅମର ସିଂହ ଜୟା ବଚ୍ଚନଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ସମାଜରେ ଯେଉଁ ବିକୃତି ଦେଖାଦେଇଛି ଏଥିପାଇଁ ସିନେମା ଦାୟୀ ବୋଲି ଅମର ସିଂହ କହିଛନ୍ତି। ଦିଲ୍ଲୀପ କୁମାର ମଧ୍ୟ ଫିଲ୍ମରେ ପ୍ରେମ କରିଥିବାର ନଜିର ରହିଛି। ହେଲେ ପ୍ରେମ କରିବା ବେଳେ ସେ କେଉଁ ହିରୋଇନଙ୍କୁ ଧରି ପକାଉନଥିଲେ ବୋଲି ଅମର ସିଂହ କହିଛନ୍ତି।
ସୂଚନାଯୋଗ୍ୟ, ଅମର ସିଂହ ହେଉଛନ୍ତି ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ। ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ଥିଲେ। ଏବେ ସେ କିନ୍ତୁ ଦଳରେ ନାହାନ୍ତି। ଅଭିନେତା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କର ଏକଦା ଘନିଷ୍ଠ ବନ୍ଧୁ ଥିଲେ ଅମର ସିଂହ। କିନ୍ତୁ ଦଳରୁ ବାହାରିବା ପରେ ଆଉ ସେ ସମ୍ପର୍କ ନଥିବା ଦେଖିବାକୁ ମିଳିଛି।
Stop hypocrisy Jaya Bachchan ji. Amitabh Bachchan Abhishek Bachchan Smriti Zubin Irani Samajwadi Party ABP News DNA India #CrimeAgainstWomen
Amar Singh यांनी वर पोस्ट केले गुरुवार, २५ जुलै, २०१९
from Odisha Reporter https://ift.tt/2Y6uveJ
No comments:
Post a Comment