ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାଦିନେ ଯେପରି ଅତ୍ୟଧିକ ଗରମ, ଝାଳ ଆମ ତ୍ୱଚାର ଚମକ ହଜାଇ ଦେଇଥାଏ, ସେହିପରି ବର୍ଷା ଦିନେ ମଧ୍ୟ ତ୍ୱଚାରେ ମଇଳା ଜମି ରହିଥାଏ। ଯାହାଦ୍ୱାରା ଆମ ତ୍ୱଚା ପ୍ରାକୃତିକ ଚମକ ହରାଇ ବସେ। ଏଥିରୁ ମୁକ୍ତି ପାଇବା ଲାଗି ଆମେ ବହୁ ଦାମିକିଆ କ୍ରୀମ୍ ବ୍ୟବହାର କରି ମଧ୍ୟ ଆଶାମୁତାବକ ଫଳ ପାଇ ପାରି ନ ଥାଉ।
କିନ୍ତୁ ବିଶ୍ୱାସ ନ ହେଲେ ବି ରୋଷେଇ ଘରେ ଥିବା ସାମଗ୍ରୀ ବ୍ୟବହାର କରି ଆମେ ତ୍ୱଚାରେ ଚମକପଣ ଆଣି ପାରିବା। ଘରୋଇ ଜିନିଷ ବ୍ୟବହାର କରି କିପରି ଆମେ ସାଙ୍ଗେ ସାଙ୍ଗେ ସ୍କ୍ରବ୍ ପ୍ରସ୍ତୁତ କରିପାରିବା ଜାଣି ରଖନ୍ତୁ। ଏହାଦ୍ୱାରା ତ୍ୱଚାର ଡେଡ ସ୍କିନ୍ ବାହାରିବା ସହ କିପରି ଆମେ ଚମକ ଫେରି ପାଇବା ଜାଣନ୍ତୁ ।
– ପ୍ରଥମେ ଓଟମିଲ୍କୁ ଚୂନା କରି ସେଥିରେ ଅଳ୍ପ କ୍ଷୀର ମିଶାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ତ୍ୱଚାରେ ଲଗାଇ ଆଙ୍ଗୁଳି ସାହାଯ୍ୟରେ କିଛି ସମୟ ମସାଜ କରନ୍ତୁ। ଏହାପରେ ୧୦ ମିନିଟ୍ ଲାଗି ଛାଡି ନର୍ମାଲ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ।
– ଚନ୍ଦନ ପାଉଡ଼ରରେ କମଳା ଚୋପା ଓ ମୁଲତାନୀ ମାଟି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାଦ୍ୱାରା ତ୍ୱଚାରୁ ଡେଡ ସ୍କିନ୍ ସେଲସ୍ ବାହାରିବା ସହ ଚମକପଣ ଫେରି ଆସିବ।
– ଘରେ ସ୍କ୍ରବ ପ୍ରସ୍ତୁତ କରିବା ଲାଗି ୨ ବଡ ଚାମଚ ବେକିଙ୍ଗ ସୋଡା, ଏକ ଛୋଟ ଚାମଚ ହଳଦୀ, ଏକ ଛୋଟ ଚାମଚ ଡାଲଚିନି ପାଉଡର ଓ କିଛି ଲେମ୍ବୁ ରସ ଓ ମହୁ ମିଶାନ୍ତୁ। ଏହାକୁ ତ୍ୱଚାରେ ଲଗାଇ ୫ ମିନିଟ୍ ଛାଡି ଦିଅନ୍ତୁ। ଧ୍ୟାନ ରଖିବେ ଯେ ଏହାକୁ ସପ୍ତାହରେ ୨ ଥରରୁ ଅଧିକ ବ୍ୟବହାର କରିବେ ନାହିଁ। କାରଣ ବେକିଂ ସୋଡା ତ୍ୱଚା ଉପରେ ଖରାପ ପ୍ରଭାବ ପକାଇଥାଏ।
– ବର୍ଷା ଦିନେ ଆଲର୍ଜି, କୁଣ୍ଡାଇ ହେବା ପରି ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏଥିଲାଗି ତ୍ୱଚାକୁ ସଫା ରଖିବା ଲାଗି ଘରେ ଏକ ସ୍ପେଶାଲ ପାଉଡର ପ୍ରସ୍ତୁତ କରି ପାରିବେ। ଏହାକୁ ପ୍ରସ୍ତୁତ କରିବା ଲାଗି ଚଣା ପାଉଡ଼ର ଯେତିକି ତା’ର ଅଧା ପରିମାଣର ମେଥି ପାଉଡର ମିଶାନ୍ତୁ। ଏହାର ସମ୍ମିଶ୍ରଣ କରି ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହା ଯେ, କେବଳ ସ୍କିନ୍କୁ ପୁରା ସଫା କରେ ତା ନୁହେଁ ଏହାଦ୍ୱାରା ତ୍ୱଚାରେ ଚମକ ବି ଆସିଯିବ।
– ମୁଲତାନୀ ମାଟି, ଚଣା ପାଉଡର, ଚନ୍ଦନ ପାଉଡରକୁ ସମାନ ମାତ୍ରାରେ ମିଶାଇ ଦିଅନ୍ତୁ। ଏହାକୁ ଏକ ଡବାରେ ଟାଇଟ୍ ଭାବେ ବନ୍ଦ କରି ରଖନ୍ତୁ। ମୁହଁରେ ଲଗାଇବା ସମୟରେ ଏକ ବଡ ଚାମଚ ପାଉଡରରେ ଅଳ୍ପ ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ। ଶୁଖିଗଲା ପରେ ନର୍ମାଲ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଘରେ ପ୍ରସ୍ତୁତ ଏହି ମାସ୍କ ମୁହଁରୁ ମଇଳା ଦୂର କରିବାରେ ସାହାଯ୍ୟ କରିଥାଏ।
ଏହି ସମସ୍ତ ସ୍କ୍ରବ୍ ଆପଣ ଘରେ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ। ଏହାଦ୍ୱଚା ବହୁତ କମ୍ ଖର୍ଚ୍ଚରେ ଏକ ଚମକଦାର ତ୍ୱଚା ପାଇବେ।
from Odisha Reporter https://ift.tt/2Lf1Ihh
No comments:
Post a Comment